ପଞ୍ଚମ ଦିନରେ ବିଧାନସଭା ଅଚଳ : ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ଵର, ୨୩/୯ : ଆଜି ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ। ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ। ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ଵେ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହରେ ନାରାବାଜି କରିଛନ୍ତି। ବାଚସ୍ପତିଙ୍କ ପୋଡିୟମ ତଳେ ବିଜେଡି ସଦସ୍ୟ ହୋହାଲ୍ଲା କରିଛନ୍ତି । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି ପ୍ରତିବାଦ କରୁଛି। ପ୍ରବଳ ହଟ୍ଟଗୋଳ ଯୋଗୁ ଅପରାହ୍ନ ୪ଟା ଯାଏ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଛନ୍ତି ।

 

SBI_Festive_Digital Billboard