ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଚାଲିଗଲା ୨ ଜୀବନ

ଭୁବନେଶ୍ୱର, ୨୫/୦୯ : କୋରାପୁଟ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ୪ ଜଣ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି I ମୃତକ ହେଲେ ଗାଦାବାଗୁଡା ଗାଁର ଅଭି ମିଣିଆକା ଓ ଶରତ ତାଡ଼ିଙ୍ଗି । ଆହତଙ୍କୁ ପ୍ରଥମେ ନାରାୟଣପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଗୋଟିଏ ବାଇକରେ ୪ ଜଣ ଓ ଅନ୍ୟ ବାଇକରେ ୨ ଜଣ ଥିଲେ । ଦୁର୍ଘଟଣାରେ ୨ ଜଣଙ୍କ ପ୍ରାଣହାନି ହୋଇଛି ।

SBI_Festive_Digital Billboard