ପିଏନ୍‌ବି ପକ୍ଷରୁ “ସ୍ୱଚ୍ଛତା ହିଁ ସେବା- ସ୍ୱଚ୍ଛୋତ୍ସବ” ସହିତ ବୃକ୍ଷରୋପଣ ଅଭିଯାନ ଆୟୋଜିତ

ଭୁବନେଶ୍ୱର,୨୫/୯ : (ଓଡିଶା ଖବର) – ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଅଞ୍ଚଳ କାର୍ଯ୍ୟାଳୟ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଭୂଷଣ ଶର୍ମା ଏବଂ ଉପ-ଆଞ୍ଚଳିକ ପ୍ରବନ୍ଧକ କ୍ଷେତ୍ରବାସୀ ମିଶ୍ରଙ୍କ ବଳିଷ୍ଠ ମାର୍ଗଦର୍ଶନ ଓ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଥିଲା । ଏଥିରେ ଅଞ୍ଚଳ
କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ କର୍ମଚାରୀଗଣ ସକ୍ରିୟ ଅଂଶଗ୍ରହଣ କରି ଆଞ୍ଚଳିକ କାର୍ଯ୍ୟାଳୟର ଆଖପାଖ ଅଞ୍ଚଳକୁ ପରିଷ୍କାର କରିଥିଲେ । ଏଥି ସହିତ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ଶର୍ମାଙ୍କ ସମେତ ସମସ୍ତ ଅଧିକାରୀମାନେ ବୃକ୍ଷରୋପଣ କରି ଏକ ସ୍ୱଚ୍ଛ, ସବୁଜ ଓ ସୁସ୍ଥ ପରିବେଶର ବାର୍ତ୍ତା ଦେଇଥିଲେ । ସମସ୍ତଙ୍କ ଉପସ୍ଥିତି ଏବଂ ସହଯୋଗ ଏହି ଅଭିଯାନକୁ ସଫଳ କରିଥିଲା ।

SBI_Festive_Digital Billboard