ନୂଆଦିଲ୍ଲୀ, ୨୮/୦୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୧ଟା ସମୟରେ ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ । ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍ର ୧୨୬ତମ ସଂସ୍କରଣ ହେବ । ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ Newsonair ମୋବାଇଲ୍ Appରେ ଉପଲବ୍ଧ ହେବ । ଏହା ମଧ୍ୟ ଆକାଶବାଣୀ, DD News, PMO ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ । ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ’ ପ୍ରସାରଣ କରାଯିବ ।
