ଲାହୋର ନୁହେଁ ଏବେ କରାଚୀ ପାଳି : ପାକିସ୍ତାନକୁ କଡା ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ବିଜୟାଦାମୀ ଅବସରରେ ଭୁଜ୍‍ ବାୟୁସେନା ଘାଟିରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ପାକିସ୍ତାନ ସର୍‍ କ୍ରିକ୍‍ ଅଞ୍ଚଳରେ କୌଣସି ଆକ୍ରମଣାତ୍ମକ କାର୍ଯ୍ୟ କରିବାକୁ ସାହାସ କରେ, ତେବେ ଏହାକୁ ଏକ କଡା ଜବାବ ଦିଆଯିବ, ଯାହା ଇତିହାସ ଏବଂ ଭୂଗୋଳ ଉଭୟକୁ ବଦଳାଇ ଦେବ ।

ଭୁଜ୍‍ ବାୟୁସେନା ଘାଟିରେ ଯବାନଙ୍କ ସହ ବିଜୟା ଦଶମୀ ପାଳନ ଅବସରରେ ସେଠାରେ ଅସ୍ତ୍ର ପୂଜା ଉତ୍ସବରେ ସାମିଲ ହୋଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେନାକୁ ସମ୍ବୋଧନ କରି ସେ କହିଛନ୍ତି ଯେ ପାକିସ୍ତାନ ଭୁଲିବା ଉଚିତ୍‍ ନୁହେଁ ଯେ କରାଚୀ ଯିବାର ରାସ୍ତା କ୍ରିକ୍‍ ଦେଇ ଯାଇଥାଏ । ୧୯୬୫ ଯୁଦ୍ଧରେ ଭାରତୀୟ ସେନା ଲାହୋର ପହଞ୍ଚିବାର କ୍ଷମତା ପ୍ରଦର୍ଶନ କରିଥିଲା । ଆଜି ୨୦୨୫ରେ ପାକିସ୍ତାନ ମନେ ରଖିବା ଉଚିତ୍‍ ଯେ କରାଚୀ ଯିବାର ଗୋଟିଏ ରାସ୍ତା ହେଉଛି କ୍ରିକ୍‍ । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଅପରେସନ ସିନ୍ଦୂର ବିଶ୍ୱକୁ ଏକ ବାର୍ତ୍ତା ଦେଇଛି ଯେ ଭାରତୀୟ ସେନା ଯେତେବେଳେ, ଯେଉଁଠାରେ ଏବଂ ଯେପରି ଇଚ୍ଛା ପାକିସ୍ତାନକୁ ଯଥେଷ୍ଟ କ୍ଷତି ପହଞ୍ଚାଇ ପାରିବେ ।

SBI_Festive_Digital Billboard