ମେଷ : ସୁସ୍ଥ ରହିବେ। ମନ ପ୍ରସନ୍ନ ରହିବ। ଆର୍ଥିକ ଦୃଷ୍ଟିକୋଣରୁ ଫଳଦାୟକ ହେବ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଚାକିରିରେ ପ୍ରଶଂସା ମିଳିବ। ବ୍ୟବସାୟ ଲାଭପ୍ରଦ ହେବ। ବିଦ୍ୟାର୍ଥୀଙ୍କୁ ଶୁଭ ଫଳ ମିଳିବ।
ବୃଷ : ଦିନଟି ଆପଣଙ୍କ ପାଇଁ ମଙ୍ଗଳକାରୀ ହେବ। ସୁସ୍ଥ ଓ ନିରାମୟ ରହିବେ। ଗୃହ ସୁଖ ଓ ଯାନବାହନ ସୁଖ ମିଳିବ। ଭାଗ୍ୟବାନ୍ ହେବେ। ବନ୍ଧୁପ୍ରେମୀ ଓ ନୀତିଜ୍ଞ ହେବେ। ବିଦ୍ୟାର୍ଥୀଙ୍କ ସ୍ମରଣଶକ୍ତି ପ୍ରଖର ହେବ।
ମିଥୁନ : ସୁସ୍ଥ ରହିବେ। ମନ ପ୍ରସନ୍ନ ରହିବ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ମିଳିବ। ସାହସୀ ହେବେ। କୁଶଳତା ପୂର୍ବକ ନିଜର ଅଭିଳାଷ ପୂର୍ଣ୍ଣ କରିପାରନ୍ତି। ବାଞ୍ଛିତ କାର୍ଯ୍ୟ କରିବେ। ବିଦ୍ୟାର୍ଥୀ ଆନମନା ହେବେ।
କର୍କଟ : ବିଭିନ୍ନ ସ୍ତରରୁ ଧନାଗମ ହେବ। ସୁସ୍ଥ ରହିବେ। ବ୍ୟବସାୟରେ ବହୁ ପରିଶ୍ରମ କରି ମଧ୍ୟ ସ୍ବଳ୍ପ ଲାଭ ମିଳିବ। ପିତୃ ଭକ୍ତିଯୁକ୍ତ ହେବେ। ସତ୍ୟବାଦୀ ଓ ମିତବ୍ୟୟୀ ହୋଇପାରନ୍ତି। ଅଧ୍ୟୟନରତ ହେବେ।
ସିଂହ : ଆୟ ବ୍ୟୟ ସମାନ୍ତରାଳ ହେବ। କିଛି ଦ୍ରବ୍ୟ ହାନି ଘଟିପାରେ। ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ। ସତ୍ୟବକ୍ତା ହେବେ। ଦେଶ, ବିଦେଶକୁ ସୁଖ୍ୟାତି ବ୍ୟାପିବ। ବିଦ୍ୟାର୍ଥୀଙ୍କ ଶୁଭଫଳ ଆଶା କରାଯାଏ।
କନ୍ୟା : ଶାରୀରିକ ସ୍ଥିତି ପୂର୍ବବତ୍ ରହିବ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଧନାଗମର ସୂଚନା ମିଳୁଛି। ସ୍ବଦୈନନ୍ଦିନ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ବିଦ୍ୟାର୍ଥୀଙ୍କୁ ଧନ ପ୍ରାପ୍ତ ହୋଇପାରେ।
ତୁଳା : ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ପ୍ରଶଂସାର ପାତ୍ର ହେବେ। ଶାସ୍ତ୍ରଚିନ୍ତକ ହୋଇପାରନ୍ତି। ସୁସ୍ଥ ରହିବେ। ଗାୟତ୍ରୀପ୍ରିୟ,ପୁତ୍ରବାନ୍, ଶତ୍ରୁନାଶକ ଓ ଯଶସ୍ବୀ ହେବେ। ବିଦ୍ୟାର୍ଥୀ ଲେଖାପଢ଼ାରେ ମନ ଦେବେ।
ବିଛା : ଅଶୁଭ ଫଳ ଯଦିଓ ଅଛି; ଶୁଭଫଳ ତା’ଠାରୁ ଅଧିକ ହେବ। ବିଭିନ୍ନ ସ୍ତରରୁ ସହଯୋଗ ପାଇ କର୍ମକ୍ଷେତ୍ରରୁ ରୁଦ୍ଧିମନ୍ତ କରିପାରନ୍ତି। ମାତା, ପିତା, ଗୁରୁଜନ ଭକ୍ତ ହେବେ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ।
ଧନୁ : ଭାଗ୍ୟବାନ୍ ହୋଇପାରନ୍ତି। ସଦାଚାରୀ ଓ ଧାର୍ମିକ ପ୍ରବୃତ୍ତିର ହେବେ। ସୁସ୍ଥ ରହିବେ। ଧର୍ମ ମାର୍ଗରେ ମନୋନିବେଶ କରିବେ। ଦୈବୀ ଶକ୍ତିର ପୂର୍ଣ୍ଣ ସହାୟତା ପ୍ରାପ୍ତ ହେବ। ବିଦ୍ୟାର୍ଥୀ ପରିଶ୍ରମର ମୂଲ୍ୟ ମିଳିବ।
ମକର : ସୁସ୍ଥ ରହିବେ। ମନ ପ୍ରସନ୍ନ ରହିବ। ଚାକିରି କ୍ଷେତ୍ରରେ ନିଜର ସ୍ଥିତିକୁ ବଜାୟ ରଖିବେ। ବ୍ୟବସାୟରେ ବହୁ ପରିଶ୍ରମ କରି ଲାଭବାନ୍ ହେବେ। ଯାନବାହନ ସୁଖ ମିଳିବ। ବିଦ୍ୟାର୍ଥୀଙ୍କୁ ପ୍ରଶଂସା ମିଳିବ।
କୁମ୍ଭ : ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ଆର୍ଥିକ ସ୍ଥିତି ଦୁର୍ବଳ ରହିବ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଦୂରଦର୍ଶୀ ଓ ବିବେକୀ ହେବେ। ଦୁଃଖସୁଖର ନିକିତିଧାରୀ ହେବେ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ପ୍ରାପ୍ତ ହେବ।
ମୀନ : କୁଶଳୀ ବ୍ୟବସାୟୀ ହୋଇପାରନ୍ତି। ଶତ୍ରୁଙ୍କୁ ପରାସ୍ତକରି ଆଶ୍ବସ୍ତ ହେବେ। ବକେୟା ପ୍ରାପ୍ୟ ପାଇ ଆର୍ଥିକ ମାନଦଣ୍ଡକୁ ଉନ୍ନତମାନର କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବୀ ହେବେ। ବିଦ୍ୟାର୍ଥୀଙ୍କ ଶୁଭଫଳ।
