ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଦିନିକିଆ ଏବଂ ଟି-ଟ୍ୱେଣ୍ଟି ପାଇଁ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ, ୦୪/୧୦ : ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଦିନିକିଆ ଏବଂ ଟି-ଟ୍ୱେଣ୍ଟି ମୁକାବିଲା ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଅହମ୍ମଦାବାଦ ଟେଷ୍ଟର ବିଶାଲ ବିଜୟ ପରେ ପରେ ତୁରନ୍ତ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ପରିଷଦ (ବିସିସିଆଇ) ଶନିବାର ଖେଳାଳୀଙ୍କ ତାଲିକା ଜାରି କରିଛି । ରୋହିତ ଶର୍ମାଙ୍କ ସ୍ଥାନରେ ଦିନିକିଆ ପାଇଁ ଶୁଭମନ ଗିଲଙ୍କ ଉପରେ ଭରସା କରିଛି ବିସିସିଆଇ । ସେହିପରି ଶ୍ରେୟସ୍ ଆୟର ଦିନିକିଆ ଉପଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଦିନିକିଆ ପାଇଁ ୧୫ ଜଣିଆ ସ୍କ୍ୱାର୍ଡ ଘୋଷଣା କରାଯାଇଛି । ସେପଟେ ଟ୍ୱେଣ୍ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ସୂର୍ଯ୍ୟକୁମାର ଯାଦବ ହିଁ ଅଧିନାୟକ ରହିବେ । ନିକଟରେ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ଏସିଆ କପରେ ବିଜୟୀ ହୋଇଛି । ଯେଉଁଥିରେ ପାକିସ୍ତାନ ଶୋଚନୀୟ ପରାଜୟ ବରଣ କରିଥିଲା । ଟି-ଟ୍ୱେଣ୍ଟି ପାଇଁ ୧୬ ଜଣଙ୍କ ନାମ ତାଲିକାରେ ରହିଛି । ଏସିଆ କପରେ ପାକିସ୍ତାନ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଅଭିଷେକ ଶର୍ମା ଏବଂ ତୀଲକ ବର୍ମାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପାଇଁ ଚୟନ କରାଯାଇଛି ।

ଦିନିକିଆ ସ୍କ୍ୱାର୍ଡ : ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲୀ, ଶ୍ରେୟସ ଆୟର (ଉପ ଅଧିନାୟକ), ଅକ୍ଷର ପଟେଲ୍, କେଏଲ ରାହୁଲ (ୱିକେଟକିପର), ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣା, ଧ୍ରୁବ ଜୁରେଲ୍ (ୱିକେଟକିପର) ଏବଂ ଯଶସ୍ୱୀ ଜୟସୱାଲ ।

ଟି-ଟ୍ୱେଣ୍ଟି ସ୍କ୍ୱାର୍ଡ : ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ଶୁଭମନ ଗିଲ୍ (ଉପଅଧିନାୟକ), ତିଲକ ବର୍ମା ନୀତୀଶ କୁମାର, ଶିବମ ଦୁବେ, ଅକ୍ଷର ପଟେଲ୍, ଜିତେଶ ଶର୍ମା (ୱିକେଟକିପର୍), ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରାହ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ହର୍ଷିତ ରାଣା, ସଂଜୁ ସାମସନ (ୱିକେଟକିପର), ରିଙ୍କୁ ସିଂହ ଏବଂ ୱାଶିଂଟନ ସୁନ୍ଦର ।

ଅକ୍ଟୋବର ୧୯ରୁ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ମୋଟ ୩ଟି ଦିନିକିଆ ଏବଂ ୫ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ ।

SBI_Festive_Digital Billboard