କାରଖାନାରେ ଭୟାବହ ଅଗ୍ନିକାଣ୍ଡ : ଅଗ୍ନିଶମ ବାହିନୀ କର୍ମଚାରୀ ଗୁରୁତର

ନୂଆଦିଲ୍ଲୀ, ୦୬/୧୦ : ମହାରାଷ୍ଟ୍ରର ଥାନେରେ ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଥିଲା। ନିଆଁ ଲିଭାଇବାକୁ ପହଞ୍ଚିଥିବା ଅଗ୍ନିଶମ ବାହିନୀ କର୍ମଚାରୀମାନେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। କିଛି ଘଣ୍ଟାର ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। କୌଣସି କ୍ଷୟକ୍ଷତିର ରିପୋର୍ଟ ନାହିଁ। ଥାନେର ଏକ ରାସାୟନିକ ଗୋଦାମରେ ଏହି ଘଟଣା ଘଟିଛି। ରବିବାର ରାତିରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। କିଛି ସମୟ ମଧ୍ୟରେ ନିଆଁ ଭୟଙ୍କର ଅଗ୍ନିକାଣ୍ଡରେ ପରିଣତ ହୋଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁ ଲିଭାଇବା ସମୟରେ ଜଣେ ଅଗ୍ନିଶମ ଅଧିକାରୀ ଡ୍ରେନ୍‌ରେ ପଡ଼ି ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ କ୍ଷୟକ୍ଷତି ରିପୋର୍ଟ ନେଇ ସୂଚନା ନାହିଁ।

 

SBI_Festive_Digital Billboard