ଆତ୍ମହତ୍ୟା କଲେ ହରିଆଣା ଏଡିଜି ପୁରନ କୁମାର

ଭୁବନେଶ୍ୱର, ୦୭/୧୦ : ହରିୟାଣାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜିପି) ୱାଇ ପୁରନ କୁମାର ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି କଲେ। ମଙ୍ଗଳବାର ଚଣ୍ଡିଗଡ଼ର ସେକ୍ଟର ୧୧ ସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେ ସୋମବାର ଦିନ ତାଙ୍କ ଗନମ୍ୟାନଙ୍କ ଠାରୁ ନେଇଥିବା ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରିଥିବା ଜଣାପଡ଼ିଛି। ପୋଲିସ ଦଳ ଏବଂ ଫୋରେନସିକ୍ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ତଦନ୍ତ ଆରମ୍ଭ କରିଛନ୍ତି। ଚଣ୍ଡିଗଡ଼ର ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) କନୱରଦୀପ କୌର ଘଟଣା ସମ୍ପର୍କରେ ମିଡିଆକୁ ସୂଚନା ଦେଇଛନ୍ତି। ଅପରାହ୍ନ ପ୍ରାୟ ୧.୩୦ ସମୟରେ ଗୁଳିକାଣ୍ଡ ଘଟିଥିବା ସେକ୍ଟର ୧୧ ପୋଲିସ ଷ୍ଟେସନକୁ ସୂଚନା ଆସିଥିଲା ବୋଲି ସେ କହିଛନ୍ତି। ସୂଚନା ଦେଇ ସେ କହିଛନ୍ତି “ଆଇପିଏସ୍ ଅଧିକାରୀ ୱାଇ ପୁରନ କୁମାରଙ୍କ ମୃତଦେହ ତାଙ୍କ ବାସଭବନରୁ ମିଳିଛି। ସିଏଫ୍ଏସ୍ଏଲ୍ (କେନ୍ଦ୍ରୀୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ) ଦଳ ଘଟଣାସ୍ଥଳରେ ପହଞ୍ଚିଛି. ତଦନ୍ତ ଚାଲିଛି। ପୋଷ୍ଟମର୍ଟମ ପରେ ଅଧିକ ତଥ୍ୟ ଜଣାପଡ଼ିବ।” ଆତ୍ମହତ୍ୟାର କାରଣ ପାରିବାରିକ ଅସନ୍ତୋଷ କିମ୍ବା ବିଭାଗୀୟ ଚାପ ବା ଅନ୍ୟ କୌଣସି କାରଣ ସନ୍ଦେହ କରି ପୁଲିସ ତଦନ୍ତ ଜାରି ରଖିଛି। ତାଙ୍କ ପତ୍ନୀ ଜାପାନରୁ ଆସିବା ପରେ ହୁଏତ ସେ ତଦନ୍ତ ପରିସରକୁ ଆସିପାରନ୍ତି। ତେବେ ବିଭାଗୀୟ ଚାପ ତାଙ୍କ ମୃତ୍ୟୁ ପଛରେ କାରଣ ହେଇପାରେ ବୋଲି ପୂର୍ବ ଘଟଣାରୁ ଅନୁମାନ କରି ହେଉଛି।

SBI_Festive_Digital Billboard