OPS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୦୯/୧୦ : ରାଜ୍ୟ ସରକାର ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ରାଜ୍ୟର ୧୯ ଜଣ ଅତିରିକ୍ତ ଏସପିଙ୍କର ଆଜି ବଦଳି କରାଯାଇଛି । ବଲାଙ୍ଗୀର ଅତିରିକ୍ତ ଏସପି ଆଲୋକ କୁମାର ଜେନା ପୁଣି ଥରେ ବ୍ରହ୍ମପୁରକୁ ଫେରିଛନ୍ତି । ବ୍ରହ୍ମପୁର ଅତିରିକ୍ତ ଏସପି ସୀମା ସ୍ୱାଇଁ ତାଲଚେର ଏନସିଆରକୁ ବଦଳି ହୋଇଛନ୍ତି । ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ପରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ଆଲୋକ ଜେନା ପୂର୍ବରୁ ବ୍ରହ୍ମପୁର ପୋଲିସ ଅଧିନରେ ଥିବା ଅନେକ ଥାନାରେ କାର୍ଯ୍ୟ କରିସାରିଛନ୍ତି । ବରଗଡ଼ (ଆଇୟୁସିଏଡବ୍ଲ୍ୟୁ) ଅତିରିକ୍ତ ଏସପି ଇନ୍ଦୁରେଖା ପଶ୍ଚିମକବାଟ ଢେଙ୍କାନାଳ (ଆଇୟୁସିଏଡବ୍ଲ୍ୟୁ)ର ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଏଇଟି, ଏସଓଜି ଅତିରିକ୍ତ ଏସପି ଅମ୍ରିତ କୁମାର ପଣ୍ଡା ବଲାଙ୍ଗୀର (ଆଇୟୁସିଏଡବ୍ଲ୍ୟୁ) ବଦଳି ହୋଇଛନ୍ତି । ଭିଜିଲାନ୍ସ ଅତିରିକ୍ତ ଏସପି ହୋଇଛନ୍ତି ରାୟଗଡ଼ା (ଆଇୟୁସିଏଡବ୍ଲ୍ୟୁ) ଅତିରିକ୍ତ ଏସପି ସ୍ୱସ୍ତିକ ପଣ୍ଡା, ସସ୍ମିତା ସାହୁ, ଅଶ୍ୱିନୀ କୁମାର ନାୟକ, ହରପ୍ରିୟା ନାୟକ । ବରଗଡ଼ ଡିଆଇବି ଅତିରିକ୍ତ ଏସପି ସୌରଭ ଓଟ୍ଟା କଟକ ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇଛନ୍ତି ।

SBI_Festive_Digital Billboard