ଟିମ୍‍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହଙ୍କୁ ଦାଉଦ ଗ୍ୟାଙ୍ଗର ଧମକ

ନୂଆଦିଲ୍ଲୀ, ୦୯/୧୦ : ଟିମ୍‍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହଙ୍କୁ ଅଣ୍ଡରୱାଲ୍ଡରୁ ଧମକ ମିଳିଛି । ରିଙ୍କୁ ସିଂହଙ୍କୁ ଏହି ଧମକ ଦାଉଦ ଗ୍ୟାଙ୍ଗ ଦ୍ୱାରା ଦିଆଯାଇଥିଲା । ଏହି ଘଟଣାରେ ପୁଲିସ କିଛି ବ୍ୟକ୍ତିବିଶେଷଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହାକୁ ମିଶାଇ ରିଙ୍କୁ ସିଂହ ଚଳିତ ବର୍ଷ ତିନିଇର ଧମକ ପାଇଲେଣି । ତାଙ୍କ ପ୍ରମୋସନାଲ୍‍ ଦଳ ତିନୋଟି ଧମକପୂର୍ଣ୍ଣ ମେସେଜ୍‍ ପାଇଛି । ଦାଉଦ୍‍ ଗ୍ୟାଙ୍ଗ ରିଙ୍କୁ ସିଂହଙ୍କଠାରୁ ୫କୋଟି ଟଙ୍କା ଦାବି କରିଛି । ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ପଚରାଉଚରା ବେଳେ ସେମାନେ ସତ ମାନିଛନ୍ତି । ରିପୋର୍ଟ ଅନୁଯାୟୀ ରିଙ୍କୁ ସିଂହଙ୍କଠାରୁ ଟଙ୍କା ମାଗୁଥିବା ଏହି ଦୁଇ ଜଣଙ୍କୁ ୱେଷ୍ଟଣ୍ଡିଜରେ ଗିରଫ କରାଯାଇଛି । ଜଣଙ୍କର ନାମ ମହମ୍ମଦ ଦିଲଶାଦ ଏବଂ ଅନ୍ୟ ଜଣଙ୍କ ନାମ ମହମ୍ମଦ ନାଭିଦ ।

SBI_Festive_Digital Billboard