ନୂଆଦିଲ୍ଲୀ,୧୦/୧୦ : ଗତକାଲି (ବୁଧବାର) ସୁନା ଦାମର ସର୍ବୋଚ୍ଚ ସ୍ତର ଛୁଇଁଛି। ୧୦ ଗ୍ରାମ ପିଛା ୨୬୦୦ ଟଙ୍କା ବୃଦ୍ଧି ପାଇ ସୁନା ୧,୨୬,୬୦୦ ଟଙ୍କା ହୋଇଛି। ଗତ ୩ ଦିନ ମଧ୍ୟରେ ସୁନା ଦାମ୍ ୬ ହଜାର ଟଙ୍କା ବୃଦ୍ଧି ପାଇଛି। ସରୋଫା ସଂଘର ସୂଚନା ଅନୁସାରେ ମଙ୍ଗଳବାର ୯୯.୯ ପ୍ରତିଶତ ଶୁଦ୍ଧ ସୁନା ଦାମ୍ ୭୦୦ ଟଙ୍କା ବୃଦ୍ଧି ପାଇ ୧,୨୪,୦୦୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଥିଲା। ବୁଧବାର ୯୯.୫ ପ୍ରତିଶତ ଶୁଦ୍ଧ ସୁନା ୨୬୦୦ ଟଙ୍କା ବୃଦ୍ଧି ପାଇ ସର୍ବୋଚ୍ଚ ଦାମ ୧,୨୬,୬୦୦ରେ ପହଞ୍ଚିଛି। ରୁପା ଦାମ୍ ମଧ୍ୟ କିଲୋ ପିଛା ୩ ହଜାର ଟଙ୍କା ବୃଦ୍ଧି ପାଇ ୧,୫୭,୦୦୦ ଛୁଇଁଛି।
