କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ଆକାଶଛୁଆଁ

ଭୁବନେଶ୍ୱର,୧୦/୧୦ : କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ଆକାଶଛୁଆଁ । ଲୋକେ କାର୍ତ୍ତିକ ମାସରେ ଆମିଷ ଖାଉ ନଥିବା ‌ବେଳେ ପନିପରିବାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଆଳୁ ଓ ପିଆଜକୁ ଛାଡିଦେଲେ କଞ୍ଚା ପରିବା ଦର ଅତିକମରେ ୫୦ ଟଙ୍କା ରହିଛି । ବିନ୍ସ ଦର ୧୦୦ ଉପରେ। ଦେଶୀ ପୋଟଳ ଦର ୮୦ । ବାଲେଶ୍ବର ବିମ୍ସ କିଲୋ ୧୨୦ ଛୁଇଁଛି, ଭେଣ୍ଡି ୭୦ ବିଲାତି ୪୦, ବାଇଗଣ ୬୦, ପୋଟୋଳ ୬୦, ଜହ୍ନି ୬୦, କଞ୍ଚା କଦଳୀ ଗୋଟାକ ୧୦ ଟଙ୍କା, କୁନ୍ଦୁରି ୪୦ ଦର ହୋଇଛି । ରାଜ୍ୟରେ ପ୍ରାୟ ସବୁ ସ୍ଥାନରେ ଦର ପ୍ରାୟ ଦର ସମାନ ରହିଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଯାଇଛି।

SBI_Festive_Digital Billboard