ପୀତବାସ ପଣ୍ଡାଙ୍କ ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ଅତ୍ୟଧିକ ରକ୍ତସ୍ରାବ ଓ ଭୟଭୀତ ଯୋଗୁ ମୃତ୍ୟୁ ହୋଇଥିବା ଉଲ୍ଲେଖ

ଭୁବନେଶ୍ୱର, ୧୧/୧୦: ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା ମାମଲାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ। ଅତ୍ୟଧିକ ରକ୍ତସ୍ରାବ ଓ ଭୟଭୀତ ଯୋଗୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ମାମଲାର ତଦନ୍ତକାରୀ ଅଧିକାରୀ ବ୍ରହ୍ମପୁର ଏସଡିପିଓ ପ୍ରିୟାସ ରଞ୍ଜନ ଛୋଟରାୟଙ୍କୁ ପ୍ରଦାନ କରାଯାଇଛି ବ୍ୟବଚ୍ଛେଦ ରିପୋର୍ଟ । ହତ୍ୟା ମାମଲାର ଚେର ଖୋଜୁଥିବା ପୋଲିସ୍ ଏବେ ଅନେକ ଦିଗକୁ ନେଇ ତନାଘନା ତଦନ୍ତ ଜାରି ରଖିଛି । ଏକ ଦାମୀ କାରକୁ ଠାବ କରି ଗାଡିର ମାଲିକ ସମେତ ଆଉ କିଛିଙ୍କୁ ଜେରା କରାଯାଉଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି l ଗତ ୬ ତାରିଖ ରାତିରେ ଗୁଳିକରି ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା । ଘଟଣା ଦିନ ବ୍ରହ୍ମପୁର ଏସ୍ପି ଛୁଟିରେ ରହିଥିବା ବେଳେ ଏଠାରେ ଅତିରିକ୍ତ ଏସପି ଭାବେ କାର୍ଯ୍ୟ କରୁଥିବା ସୀମା ସ୍ବାଇଁଙ୍କୁ ତାଳଚେର ସ୍ଥିତ ଆଇଜିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ବଲାଙ୍ଗୀର ଜିଲ୍ଲାରେ ଅତିରିକ୍ତ ଏସପି ଭାବେ କାର୍ଯ୍ୟରତ ରହିଥିବା ଆଲୋକ କୁମାର ଜେନାଙ୍କୁ ଏହି ଦାୟିତ୍ଵ ଦିଆଯାଇଛି ।

SBI_Festive_Digital Billboard