କିଟ୍ ରେ ଅଲ ଓଡ଼ିଶା ଫରେଷ୍ଟ ସ୍ପୋର୍ଟସ ମିଟ୍ ୨୦୨୫ ଆୟୋଜିତ

ଭୁବନେଶ୍ବର, ୧୨/୧୦ : କିଟ୍ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମରେ ଅଲ ଓଡ଼ିଶା ଫରେଷ୍ଟ ସ୍ପୋର୍ଟସ ମିଟ୍ ୨୦୨୫ ଆୟୋଜିତ । ଫରେଷ୍ଟ ସ୍ପୋର୍ଟସ ମିଟକୁ ଉଦଘାଟନ କରିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଏଥିରେ ରାଜ୍ୟର ବନ ବିଭାଗର କର୍ମଚାରୀମାନେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏକ ସୁସ୍ଥ ବ୍ୟକ୍ତି ହିଁ ନିଜ କାମକୁ ନିଷ୍ଠାର ସହିତ କରିପାରିବେ । ତେଣୁ ନିଜକୁ ଫିଟ ରଖିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସ୍ପୋର୍ଟ୍ସ ମିଟର ଉଦଘାଟନୀ ଉତ୍ସବରେ କିସର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ ଅନୁଷ୍ଠିତ ହୋଇଥିଲା ।

 

SBI_Festive_Digital Billboard