ଦମଦାର୍ ଫିଚର୍ସ ଏବଂ ପାୱାରଫୁଲ୍ ଲୁକ୍ ସହିତ ଲଞ୍ଚ ହେଲା Kia ର ନୂଆ MPV

ଭୁବନେଶ୍ୱର, ୧୩/୧୦ : ଭାରତୀୟ ବଜାରରେ ଗ୍ରାହକଙ୍କ ବର୍ଦ୍ଧିତ ଡିମାଣ୍ଡକୁ ଦୃଷ୍ଟିରେ ରଖି, Kia India ଏହାର ପପୁଲାର MPV, Carens Clavis ରେ ଏକ ନୂଆ ଭାରିଆଣ୍ଟ, HTX (O) ଲଞ୍ଚ କରିଛି । ଏହି ନୂଆ ଭାରିଆଣ୍ଟର ମୂଲ୍ୟ ୧୯.୦୫ ଲକ୍ଷ (ଏକ୍ସ-ଶୋରୁମ୍) । Carens Clavis ଏବେ HTK+, HTK+ (O), ଏବଂ HTX (O) ଟ୍ରିମ୍ସରେ ଉପଲବ୍ଧ ହେବ, ଯେଉଁଥିରେ ୬-ସିଟର କନଫିଗିରେସନ୍ ରହିଛି । ଏଥିସହ ଏହି ଭାରିଆଣ୍ଟଗୁଡ଼ିକର ସେଲ୍ ୧୩ ଅକ୍ଟୋବର, ୨୦୨୫ ଠାରୁ ସମସ୍ତ Kia ଡିଲରସିପ୍‌ରେ ଆରମ୍ଭ ହେବ । Kia India ର ସେଲ୍ସ ଏବଂ ମାର୍କେଟିଂ ହେଡ୍ କହିଛନ୍ତି, ‘Carens Clavis କୁ ଉନ୍ନତ କରିବା ଆମର ଲକ୍ଷ୍ୟ । ନୂଆ HTX (O) ଏବଂ ୬-ସିଟର ଭର୍ସନ ସହିତ, ଗ୍ରାହକମାନେ ଏବେ ଆହୁରି ଅଧିକ କଷ୍ଟମାଇଜେସନ୍ ଏବଂ ଭାରିଆଣ୍ଟ ଅପ୍ସନ ପାଇବେ ।’

ଫିଚର୍ସ: ଦମଦାର୍ ଫିଚର୍ସ ସହ ଆସିଲା HTX (O) ଭାରିଆଣ୍ଟ । Kia Carens Clavis ର ନୂଆ HTX (O) ଭାରିଆଣ୍ଟରେ ଅନେକ ପ୍ରିମିୟମ୍ ଫିଚର୍ସ ହାଡ୍ କରାଯାଇଛି । ଯାହା ପୂର୍ବରୁ କେବଳ ଟପ୍ ମଡେଲରେ ଉପଲବ୍ଧ ଥିଲା । ଏଥିରେ ୮-ସ୍ପିକର ବୋସ୍ ସାଉଣ୍ଡ ସିଷ୍ଟମ, ଡ୍ରାଇଭ୍ ମୋଡ୍ ସିଲେକ୍ଟ (ଇକୋ, ନର୍ମାଲ୍, ସ୍ପୋର୍ଟ), ରିମୋଟ୍ ଇଞ୍ଜିନ୍ ଷ୍ଟାର୍ଟ ଏବଂ ଅଟୋ ହୋଲ୍ଡ ସହିତ ଏକ ଇଲେକ୍ଟ୍ରିକ୍ ପାର୍କିଂ ବ୍ରେକ୍ ସାମିଲ୍ । ଏଥିସହ ଏହି ଫିଚର୍ସଗୁଡ଼ିକ Carens Clavis କୁ ଆହୁରି ଲଗଜରୀ ଏବଂ ଟେକ୍ନୋଲୋଜି-ଫ୍ରେଣ୍ଡଲି MPV କରିଥାଏ ।

ପ୍ରାଇସ୍ ଏବଂ ଭାରିଆଣ୍ଟ: Kia Carens Clavis ର ନୂଆ ଭାରିଆଣ୍ଟଗୁଡ଼ିକର ମୂଲ୍ୟ ୧୬.୧୫ ଲକ୍ଷ ରୁ ୧୯.୦୫ ଲକ୍ଷ (ଏକ୍ସ-ସୋରୁମ୍) ମଧ୍ୟରେ ରହିଛି । ନୂଆ HTX (O) ଭର୍ସନ କମ୍ପାନୀର ଟପ୍-ଅଫ୍-ଦି-ଲାଇନ୍ HTX+ ତଳେ ଅବସ୍ଥିତ ଏବଂ ଏହା ୬-ସିଟ୍ ଏବଂ ୭-ସିଟ୍ ଉଭୟ ଲେଆଉଟରେ ଉପଲବ୍ଧ । ଏହି ଭାରିଆଣ୍ଟ ୭-ସ୍ପିଡ୍ DCT ଗିଅରବକ୍ସ ସହିତ ଆଡ୍ ହୋଇଥିବା ୧.୫-ଲିଟର ଟର୍ବୋଚାର୍ଜଡ୍ ସ୍ମାର୍ଟଷ୍ଟ୍ରିମ୍ ପେଟ୍ରୋଲ୍ ଇଞ୍ଜିନ୍ ଦ୍ୱାରା ପରିଚାଳିତ । ଏହି ପାୱାରଟ୍ରେନ୍ କେବଳ ଏକ ସ୍ମୁଥ୍ ଏବଂ ରେସପନସିଭ୍ ଡ୍ରାଇଭିଂ ଏକ୍ସେପେରିୟନ୍ସ ପ୍ରଦାନ କରେ ନାହିଁ ବରଂ ଉନ୍ନତ ଫ୍ୟୁଏଲ୍,ଫିସିଏନ୍ସି ମଧ୍ୟ ପ୍ରଦାନ କରେ ।

ଇଞ୍ଜିନ୍:
କାରେନ୍ସ କ୍ଲାଭିସ୍ ଲାଇନଅପ୍ ଗ୍ରାହକମାନଙ୍କୁ ତିନୋଟି ଇଞ୍ଜିନ୍ ଅପ୍ସନ ପ୍ରଦାନ କରେ – ଏକ ୧.୫L ନ୍ୟାଚୁରାଲ୍ ଆସ୍ପିରେଟେଡ୍ ପେଟ୍ରୋଲ, ଏକ ୧.୫L ଟର୍ବୋ ପେଟ୍ରୋଲ ଏବଂ ଏକ ୧.୫L ଡିଜେଲ ରହିଛି । କମ୍ପାନୀ କହିଛି ଯେ ଏହି MPVକୁ ବିଶେଷ ଭାବରେ ସହର ଡ୍ରାଇଭ୍ ଏବଂ ଲମ୍ବା ହାଇୱେ ଯାତ୍ରା ପାଇଁ ପରଫେକ୍ଟ ପରଫରମାନ୍ସ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି ।
ଯେଉଁମାନେ ଲଗଜରୀ, ପ୍ରାଟିକାଲିଟି ଏବଂ ପରଫରମାନ୍ସକୁ ମିଶ୍ରିତ କରିବାକୁ ଚାହାଁନ୍ତି । ଏଥିସହ 6-ସିଟ୍ କନଫ୍ୟୁଗିରେସନ୍, ବୋସ୍ ସାଉଣ୍ଡ ସିଷ୍ଟମ୍ ଏବଂ ଆଡଭାନ୍ସଡ୍ ଡ୍ରାଇଭିଂ ମୋଡ୍ ଭଳି ଦମଦାର୍ ଫିଚର୍ସଗୁଡ଼ିକ ଏହାକୁ ଏହାର ସେଗମେଣ୍ଟର ବେଷ୍ଟ MPV ମଧ୍ୟରୁ ଗୋଟିଏ କରିଥାଏ । ଏଥିସହ ଯଦି ଆପଣ ଏକ ପାୱାରଫୁଲ୍ ଏବଂ ଲଗଜରୀ କାର୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି କାରଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

SBI_Festive_Digital Billboard