ଦୀପାବଳି ଏବଂ ଛଠ୍‌ ପାଇଁ ୧୨,୦୦୦ ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ : ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ, ୧୪/୧୦ : ପାର୍ବଣ ଋତୁର ଚାହିଦା ପୂରଣ କରିବା ପାଇଁ ଦୀପାବଳି ଏବଂ ଛଠ୍‌ ପାଇଁ ରେକର୍ଡ ସଂଖ୍ୟକ ୧୨,୦୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଭାଲସାଦର ଆରପିଏଫଖ ଆଞ୍ଚଳିକ ତାଲିମ କେନ୍ଦ୍ରରେ ଆରପିଏଫ୍‌ର ପ୍ରତିଷ୍ଠା ଦିବସ ପରେଡରେ ଉଦବୋଧନ ଦେଇ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ରେଳବାଇ ଏକ ଐତିହାସିକ ପରିବର୍ତ୍ତନ ଦେଇ ଗତି କରୁଛି।

ସେ କହିଛନ୍ତି ଯେ ଗତ ୧୧ ବର୍ଷ ମଧ୍ୟରେ ପ୍ରାୟ ୩୫,୦୦୦ କିଲୋମିଟର ନୂତନ ରେଳ ଟ୍ରାକ୍ ବିଛାଯାଇଛି ଏବଂ ୯୯ ପ୍ରତିଶତ ରେଳ ନେଟୱାର୍କ (ପ୍ରାୟ ୬୦,୦୦୦ କିଲୋମିଟର) ବିଦ୍ୟୁତୀକରଣ କରାଯାଇଛି। ବର୍ତ୍ତମାନ ପ୍ରାୟ ୧୫୦ଟି ବନ୍ଦେ ଭାରତ ଏବଂ ୩୦ଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚାଲୁଛି, ଯାହା ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଯାତ୍ରା ଅଭିଜ୍ଞତା ପ୍ରଦାନ କରୁଛି। ବୈଷ୍ଣବ କହିଛନ୍ତି ଯେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୧୩୦୦ ରେଳ ଷ୍ଟେସନର ପୁନଃବିକଶିତ କରାଯାଇଛି, ଯେଉଁଥିରୁ ୧୧୦ ଷ୍ଟେସନ ଉଦଘାଟନ କରାଯାଇଛି ଏବଂ ଅବଶିଷ୍ଟ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ସ୍ୱଦେଶୀ ସ୍ୱୟଂଚାଳିତ ଟ୍ରେନ ସୁରକ୍ଷା ପ୍ରଣାଳୀ, କବଚ, ଦିଲ୍ଲୀ-ହାୱଡା ଏବଂ ଦିଲ୍ଲୀ-ମୁମ୍ବାଇ ଭଳି ପ୍ରମୁଖ ରୁଟରେ ସ୍ଥାପନ କରାଯାଉଛି। ସେ କହିଛନ୍ତି ଯେ ୧,୨୦୦ ଲୋକୋମୋଟିଭ୍ ଉପରେ କବଚ ସ୍ଥାପନ କରାଯାଇଛି। ସେ କହିଛନ୍ତି ଯେ ପ୍ରତିବର୍ଷ ପ୍ରାୟ ୭,୦୦୦ କୋଚ୍ ନିର୍ମାଣ କରାଯାଉଛି। ଲୋକଙ୍କ ସୁବିଧା ପାଇଁ ୩,୫୦୦ ସାଧାରଣ କୋଚ୍ ଯୋଡାଯାଇଛି। ଏହି କାର୍ଯ୍ୟକ୍ରମରେ, କେନ୍ଦ୍ରମନ୍ତ୍ରୀ ଯାତ୍ରୀଙ୍କ ଜୀବନ ରକ୍ଷା କରିବାରେ ସାହସିକ ପ୍ରୟାସ ପାଇଁ ପ୍ରତିଷ୍ଠିତ ରାଷ୍ଟ୍ରପତି ପଦକ ଏବଂ ଜୀବନ ରକ୍ଷା ପଦକ ପାଇଥିବା ୪୧ ଜଣ ଆରପିଏଫ୍‌ କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ।

SBI_Festive_Digital Billboard