ଭୁବନେଶ୍ୱର, ୧୪/୧୦ : ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେଡିରୁ କିଏ ହେବେ ପ୍ରାର୍ଥୀ । ମନୋଜ ମିଶ୍ର ପ୍ରାର୍ଥୀ ହେବା ନେଇ କଳ୍ପନାଜଳ୍ପନା ଲାଗି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି କୌଣସି ନିଷ୍ପତ୍ତି ନେଇନାହିଁ । ସମସ୍ତ ନେତାଙ୍କଠାରୁ ଫିଡବ୍ୟାକ୍ ଗ୍ରହଣ କରିବା ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ନେବେ ଚୂଡ଼ାନ୍ତ ନିଷ୍ପତ୍ତି । ନୂଆପଡ଼ା ପାଇଁ ଦଳ ଆଦିବାସୀ ଚେହେରା ଓ ନୂଆ ପ୍ରାର୍ଥୀଙ୍କୁ ମଧ୍ୟ ସୁଯୋଗ ଦେଇପାରେ । ନୂଆପଡ଼ା ଉପନିର୍ବାଚନ ପାଇଁ ଗତକାଲିଠୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । କାଲିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ନୂଆପଡା ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ପ୍ରକ୍ରିୟା । ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ପ୍ରତ୍ୟାହାର କରି ପାରିବେ ପ୍ରାର୍ଥୀ । ନଭେମ୍ବର ୧୧ ତାରିଖରେ ଭୋଟ ଗ୍ରହଣ ହେବ । ସେଥିପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ମାଓପ୍ରବଣ ଅଞ୍ଚଳରେ ଥିବା ୪୭ଟି ସମ୍ବେଦନଶୀଳ ବୁଥ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।