ନୂଆପଡା ଉପନିର୍ବାଚନ : ଆଜି ହେବ ବିଜେପି, ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା

ଭୁବନେଶ୍ୱର, ୧୫/୧୦ : ନୂଆପଡା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ । ଆଜି ଘୋଷଣା ହେବ ବିଜେପି,ବିଜେଡି ପ୍ରାର୍ଥୀଙ୍କ ନାଁ । ବିଜେପିରୁ ଜୟ ପ୍ରାର୍ଥୀ ହେବା ଆପାତତଃ ଚୂଡାନ୍ତ , ଦିଲ୍ଲୀ ମୋହରକୁ ଅପେକ୍ଷା । ସେପଟେ ଦଳୀୟ ପ୍ରାର୍ଥୀ କିଏ ହେବ, କାର୍ଡ ଖୋଲିନାହାନ୍ତି ନବୀନ । ଆଜି ନୂଆପଡା ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି । ଆଜି ଦଳ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରାଯିବ । ଆସନ୍ତା ୧୬ ତାରିଖରେ ବିଜେପି ନୂଆପଡାରେ ନାମାଙ୍କନ ସହ ବିଶାଳ ସମାବେଶ ଓ ରୋଡ ସୋ ଜରିଆରେ ଶକ୍ତି ପ୍ରଦର୍ଶନ କରିବ। ଅନ୍ୟପଟେ ନୂଆପଡାରେ ମିଶ୍ରଣ ପର୍ବ କରି କଂଗ୍ରେସର ହାତକୁ ମଜବୁତ କରୁଛନ୍ତି ଭକ୍ତ । ଘରକୁ ଘର ବୁଲି ଘାସିରାମ ପ୍ରଚାର କରିବା ସହ କଂଗ୍ରେସ ପାଇଁ ଭୋଟ ମାଗିଛନ୍ତି ।

SBI_Festive_Digital Billboard