ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ରେ ହେବାକୁଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ଅପରାହ୍ନ ସୁଦ୍ଧା କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ (ସିଇଓ) କାର୍ଯ୍ୟାଳୟ ସୂଚନା ଦେଇଛି।
ଏହା ସମ୍ବନ୍ଧରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, କଂଗ୍ରେସ ପକ୍ଷରୁ ଘାସିରାମ ମାଝୀ ଆସନ୍ତା ୧୮ ଅକ୍ଟୋବରେ ନାମାଙ୍କନ ଦାଖଲ କରିବେ।
ସୂଚନା ଅନୁଯାୟୀ, ବୁଧବାର ପୂର୍ବାହ୍ନରେ ଘାସିରାମ ଓ ତାଙ୍କ ସମର୍ଥକମାନେ ଜିଲା ରିଟର୍ନିଂ ଅଧିକାରୀଙ୍କ କାର୍ଯ୍ୟାଳୟକୁ ନାମାଙ୍କନ ଦେବାକୁ ପହଞ୍ଚିଥିଲେ। କିନ୍ତୁ କାଗଜପତ୍ର ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ କିଛି ଦଳିଲା ଦଲିଲ ଅଭାବ ରହିଛି। ଏହି କାରଣରୁ ସେ ଓ ତାଙ୍କ ସମର୍ଥକମାନେ ନାମାଙ୍କନ ଦାଖଲ ନକରି ଫେରି ଆସିଛନ୍ତି।
