ରୁଷ ଠାରୁ ଆଉ ତେଲ କିଣିବନି ଭାରତ : ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧୬/୧୦ : ରୁଷିଆ ଠାରୁ ତେଲ କିଣିବା ବନ୍ଦ କରିବ ଭାରତ । ହ୍ୱାଇଟ ହାଉସରେ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ କହିଛନ୍ତି, ମୋଦୀ ତାଙ୍କୁ ବ୍ୟକ୍ତିଗତ ଭାବେ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଭାରତ ଅତିଶୀଘ୍ର ରୁଷିଆରୁ ତେଲ ଆମଦାନୀ ବନ୍ଦ କରିବ । ରୁଷିଆକୁ ଆର୍ଥିକ ଭାବେ ଏକ ଘରିକିଆ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି ଟ୍ରମ୍ପ । ତେବେ ଲଜିଷ୍ଟିକାଲ ପ୍ରକ୍ରିୟା ପାଇଁ ଏହି ପରିବର୍ତ୍ତନ ତୁରନ୍ତ ହୋଇପାରିବ ନାହିଁ । କିନ୍ତୁ ଏହା ଅତିଶୀଘ୍ର ହେବ ବୋଲି ସେ କହିଛନ୍ତି । ଏଥିସହ ମୋଦୀଙ୍କୁ ବନ୍ଧୁ ଓ ମହାନ ନେତା କହି ପ୍ରଶଂସା କରିଛନ୍ତି । ଏହା ପରେ ସେ ଚୀନ ଉପରେ ମଧ୍ୟ ଏହିଭଳି ପଦକ୍ଷେପ ନେବା ପାଇଁ ଚାପ ପକାଇବେ ବୋଲି କହିଛନ୍ତି । ଗତ ମାସରେ ରୁଷିଆରୁ ଭାରତକୁ ତେଲ ରପ୍ତାନୀ ଦୈନିକ ୧.୬୨ ନିୟୁତ ବ୍ୟାରେଲକୁ ବୃଦ୍ଧି ପାଇଥିଲା । ଯାହା ଭାରତର ସମୁଦାୟ ତେଲ ଆମଦାନୀର ପ୍ରାୟ ଏକ-ତୃତୀୟାଂଶ ଥିଲା । ରୁଷିଆର ତେଲ ଆମଦାନୀ ପାଇଁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲଗାଇଥିଲେ ଟ୍ରମ୍ପ । ଫଳରେ ଭାରତୀୟ ସାମଗ୍ରୀ ଉପରେ ଏବେ ୫୦% ଶୁଳ୍କ ଆଦାୟ କରୁଛି ଆମେରିକା ।

SBI_Festive_Digital Billboard