ମେଷ: ସାରାଦିନ କାମରେ ବ୍ୟସ୍ତ ରହିବେ । ଶାନ୍ତ ରହି ବିବାଦକୁ ସମାଧାନ କରନ୍ତୁ । ବ୍ୟବସାୟରେ ଲାଭ ହେବ । ଲଭମେଣ୍ଟଙ୍କ ପାଇଁ ଦିନଟି ଭଲ ରହିବ ।
ବୃଷ: ପୂର୍ବରୁ ଲାଗି ରହିଥିବା ଚିନ୍ତା ଦୂର ହେବ । ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଡ଼ାକ୍ତରୀ ଛାତ୍ରଙ୍କୁ ବଡ଼ ଡ଼ାକ୍ତରଙ୍କ ସହ କାମ କରିବାର ଅବସର ମିଳିବ ।
ମିଥୁନ: କାମରେ ବ୍ୟସ୍ତ ରହିବା ସତ୍ତ୍ବେ ସନ୍ଧ୍ୟାରେ ପରିବାର ସହ ସମୟ ଅତିବାହିତ କରିବେ । ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ । କଳା କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସଫଳତା ମିଳିପାରେ ।
କର୍କଟ: ଜୀବନସାଥୀ ସହ କୌଣସି ଧର୍ମାନୁଷ୍ଠାନକୁ ଯିବେ । କ୍ଷୁଦ୍ରଉଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ହେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ଲାଭ ମିଳିବ ।
ସିଂହ: ବ୍ୟବସାୟୀଙ୍କ ପାଇଁ ଦିନଟି ବହୁତ ଭଲ । ଜୀବନସାଥୀଙ୍କର ସ୍ନେହ ଆଦର ପାଇବେ । ଶିକ୍ଷାର୍ଥୀଙ୍କର ମନ ପାଠପଢ଼ାରେ ଲାଗି ରହିବ ।
କନ୍ୟା: କାରବାର ବୃଦ୍ଧି ପାଇଁ ଉପାୟ ଫଳପ୍ରଦ ହେବ । ଧନଲାଭ ହେବା ଯୋଗୁଁ ଖର୍ଚ୍ଚ ଭରଣା କରିବା ସହଜ ହେବ । ଘରକୁ ନୂଆ ବନ୍ଧୁ ଆସିବେ । କଳାକାରଙ୍କୁ ଲାଭ ମିଳିବା ଯୋଗ ଅଛି ।
ତୁଳା: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । କାରବାରରେ ଧନଲାଭ ହେବ । କୌଣସି ଲୋକଙ୍କ ସହିତ ନୂଆ ଯୋଜନା ଉପରେ କଥା ହେବେ । ବିବାହିତ ଦମ୍ପତ୍ତି ବାହାରକୁ ବୁଲି ଯିବେ ।
ବିଛା: ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ପରିଣାମ ମିଳିବ । ବୈବାହିକ ଜୀବନ ସୁଖକର ହେବ । ବେକାରଙ୍କୁ ନୂଆ ଚାକିରିର ସୁଯୋଗ ମିଳିବ । ନୂଆ କାର୍ କିଣିବା ଲାଗି ଆଗ୍ରହ ବଢ଼ିବ ।
ଧନୁ: ଆପଣଙ୍କର ନୂଆ ଶକ୍ତିକୁ ପ୍ରୟୋଗରେ ଲଗାନ୍ତୁ । ଧନଲାଭର ନୂଆ ରାସ୍ତା ଖୋଲିବ । ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ । ଜୀବନସାଥୀର ପ୍ରେମ ଓ ସୁଖ ପାଇବେ ।
ମକର: ପୂର୍ବରୁ ପ୍ରୟାସ କରି ଆସୁଥିବା କାମରେ ଆପଣଙ୍କୁ ଲାଭ ମିଳିପାରେ । ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ । ରାଜନୀତିରେ କିଛି ଆଶା ପୂରଣ ହେବ । ପ୍ରେମ ଜୀବନ ମଧୁର ହେବ ।
କୁମ୍ଭ: ପୂର୍ବ କଥା ପାସୋରି ନୂଆ କାମ ଆରମ୍ଭ କରନ୍ତୁ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ଋଣ ପରିଶୋଧ କରିବେ । ଓକିଲ ପୁରୁଣା ମକଦ୍ଦମାରେ ଜିତିବେ । ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ ।
ମୀନ: ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଆଡ଼କୁ ଅଧିକ ରହିବ । ପ୍ରତିଟି କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିବେ । ବନ୍ଧୁ ଆପଣଙ୍କୁ ବଧାଇ ଦେବା ପାଇଁ ଘରକୁ ଆସିବେ । ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ ।
