ଆଜି କମ୍ପିବ ନୂଆପଡ଼ା : ନାମାଙ୍କନ ଭରିବେ ଜୟ ଢୋଲକିଆ ଓ ଘାସିରାମ ମାଝୀ

ଭୁବନେଶ୍ୱର, ୧୮/୧୦ : ଆଜି କମ୍ପିବ ନୂଆପଡ଼ା । ନାମାଙ୍କନ ଭରିବେ ଦୁଇ ଦଳର ପ୍ରାର୍ଥୀ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଓ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନାମାଙ୍କନ ଦାଖଲ କରିବେ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଦୁଇ ନେତା ପ୍ରାର୍ଥୀପତ୍ର ଦାଖଲ କଲା ବେଳେ ଶକ୍ତି ପ୍ରଦର୍ଶନ କରିବେ । ହଜାର ହଜାର ସମର୍ଥକଙ୍କ ଗହଣରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ । ଜୟ ଢେଲକିଆଙ୍କ ସହ କେତେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିବେ । ଜୟ ଢୋଲକିଆ ୧୬ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବାର ଥିଲା । କିନ୍ତୁ ଶୁଭ ମୁହୂର୍ତ୍ତ ନଥିବାରୁ ସେ ଆଜିକୁ ଘୁଞ୍ଚାଇଥିଲେ । ଘାସିରାମ ମାଝୀ ନିଜ ସମର୍ଥକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିବେ । ତାଙ୍କ ସହ ଉପସ୍ଥିତ ରହିବେ ପିସିସି ସଭାପତି ଭକ୍ତ ଚରଣ ଦାସ । ଆଜି ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଗୋଟିଏ ଦିନରେ ନାମାଙ୍କନ ଦାଖଲ କରୁଥିବାରୁ ନୂଆପଡ଼ା କମ୍ପିବ ।

SBI_Festive_Digital Billboard