ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ : କ୍ୟାପିଟାଲ ହସ୍ପିଟାଲରେ ଚାଲିଛି ଚିକିତ୍ସା

ଭୁବନେଶ୍ୱର, ୧୮/୧୦ : ରାଜଧାନୀରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ତେବେ ପୀଡ଼ିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପୁଲିସ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି। ହେଲେ ଅଭିଯୁକ୍ତମାନଙ୍କର ଟେର ପାଉନି। ନାବାଳିକାଙ୍କୁ ମୁମୂର୍ଷୁ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କ୍ୟାପିଟାଲ ଥାନା ଅଧିନ ଅଶୋକନଗର ଅଞ୍ଚଳରୁ ରାସ୍ତାକଡ଼ରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ନାବାଳିକ। ସ୍ଥାନୀୟ ଲୋକ ଦେଖି ପୁଲିସ୍‌କୁ ସୂଚନା ଦେବା ପରେ ନାବାଳିକାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ଦେହରେ ଏକାଧିକ ସ୍ଥାନରେ କ୍ଷତଚିହ୍ନ ରହିଛି। ପୀଡିତାଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ଖୁବ୍‌ଶୀଘ୍ର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କମିଶନର କହିଛନ୍ତି।

SBI_Festive_Digital Billboard