ଭୁବନେଶ୍ୱର, ୨୨/୧୦ (ଓଡିଶା ଖବର) : କିଟ୍ ନହ୍ନିପରି ଲିଟିଲ୍ ମିସ୍ ଇଣ୍ଡିଆର ୨୫ତମ ଆଞ୍ଚଳିକ ବେଙ୍ଗାଲୁରେ ଅଡିସନ୍ ଅନୁଷ୍ଠିତ । କୋରମଙ୍ଗଲା ଦି ମେଡାଇ ଅଡଟୋରିୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବେଙ୍ଗାଲୁରୁ ତଥା କର୍ଣ୍ଣାଟକ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିଯୋଗୀ ଭାଗ ନେଇଥିଲେ । ସକାଳ ୯ଟା ସମୟରେ ରେଜିଷ୍ଟ୍ରେସନ କରିଥିଲେ ପ୍ରତିଯୋଗୀ । ପରେ ସକାଳ ୧୦ଟାରୁ ଅଡିସନ୍ ଆରମ୍ଭ ହୋଇଥିଲା। ଜଣକ ପରେ ଜଣେ କରି ୧୩ରୁ ୧୫ ବର୍ଷ ବୟସର ବାଳିକା ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି ଅଡିସନରେ ବିଚାରକ ଭାବେ ଥିଲେ ମିସେସ୍ ଇଣ୍ଡିଆ-IMP ୨୦୧୯ ବିଜେତା ଗାୟତ୍ରୀ ମହାନ୍ତି, ଅଭିନେତ୍ରୀ ତଥା କୋରିଓଗ୍ରାଫର୍ ଯୋଶିକା। ଏହି ଆଞ୍ଚଳିକ ଅଡିସନରେ ମୋଟ ୨୫ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। କାର୍ଯ୍ୟକ୍ରମ ଶେଷରେ କିଟ୍ ଡେପୁଟି ଡାଇରେକ୍ଟର ସସ୍ମିତା ରାଉତ ଦୁଇ ବିଚାରକଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୋକନ୍ ଦେଇ ସମ୍ବର୍ଦ୍ଧିତ କରିଥିଲେ । କିଟ୍ ର କର୍ମଚାରୀ ନିହାର ରଞ୍ଜନ କୁଅଁର, ପ୍ରିତମ ସିଂ ଓ କଳିଙ୍ଗ ଟିଭି ବେଙ୍ଗାଳୁରୁ ପ୍ରତିନିଧି ଗୋବିନ୍ଦ ବାରିକ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କିଟ୍ କର୍ମଚାରୀ ଅଭୟ । ଅଡିସନ ଦେଖିବା ପାଇଁ ଶତାଧିକ ଦର୍ଶକ ସାମିଲ ହୋଇଥିଲେ।
