ସର୍ଟ ସର୍କିଟରୁ ଡ୍ରେସ ଦୋକାନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର, ୨୨/୧୦ : ଗୁଣୁପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଡ୍ରେସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଡ୍ରେସ ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ପରେ ତିନି ମହଲା କୋଠା ଉପରେ ଫସି ରହିଥିଲେ ୪ ଜଣ । ଗୁଣୁପୁର ଓ ଗୁମଡ଼ା ଦୁଇଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୪ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପରେ ନିଆଁକୁ ଲିଭାଇଥିଲେ । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

SBI_Festive_Digital Billboard