ଭୁବନେଶ୍ୱର, ୨୨/୧୦ (ଓଡିଶା ଖବର) : ଓଡ଼ିଶାର ପ୍ରତିଷ୍ଠିତ ନର୍ସିଂ ଶିକ୍ଷା ସମୂହ ଧନେଶ୍ୱର ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ କର୍କଟ ରୋଗ ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବାଲିକୁଦା ଉତ୍ତମାପୁରସ୍ଥିତ କ୍ୟାମ୍ପସ-୨ ପରିସରରେ ଆୟୋଜିତ ଏହି ଉତ୍ସବରେ ଏଚ୍.ସି.ଜି. ପଣ୍ଡା କ୍ୟାନ୍ସର ହସ୍ପିଟାଲର ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଡା. ରଣଜିତ କର ଯୋଗ ଦେଇ କର୍କଟ ରୋଗର କାରଣ ଓ ନିରାକରଣ ସଂପର୍କରେ ଆଲୋଚନା କରିଥିଲେ । ଭାରତ ଭଳି ବିକାଶଶୀଳ ଦେଶରେ କର୍କଟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅତ୍ୟନ୍ତ ଉଦବେଗର ବିଷୟ ବୋଲି ଉଲ୍ଳେଖ କରି ସମସ୍ତ ପ୍ରକାର ନିଶା ସେବନ ଠାରୁ ଦୂରରେ ରହିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ରୋଗକୁ ଅବହେଳା ନକରି ଏହାର ମୁକାବିଲା କରିବା ଉଚିତ ବୋଲି ସେ କହିଥିଲେ । କର୍କଟ ରୋଗ ଏକ ନୂତନ ମହାମାରୀର ରୂପ ନେଉଥିବାରୁ ଅପମିଶ୍ରିତ ଖାଦ୍ୟପଦାର୍ଥ ଓ ଜଙ୍କଫୁଡ୍ ର ବହୁଳ ବ୍ୟବହାର ରୋକିବା ଦିଗରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଧନେଶ୍ୱର ଗ୍ରୁପ୍ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ସଂଗ୍ରାମ କେଶରୀ ବିଶ୍ୱାଳ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଏଚ୍.ସି.ଜି. ପଣ୍ଡା କ୍ୟାନ୍ସର ହସ୍ପିଟାଲର ଚିନ୍ମୟ ମହାପାତ୍ର, ଧନେଶ୍ୱର ଗ୍ରୁପ୍ ର ନିର୍ଦ୍ଦେଶିକା ସୁଜାତା ବିଶ୍ୱାଳ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମରଣିକା ସାହୁ ଉପସ୍ଥିତ ଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ପ୍ରମିଳା କୁମାରୀ ନାୟକଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଗଣ ସଂଗୀତା ବରାଳ, ମଧୁସ୍ମିତା ଦାସ, ଅଭିପ୍ସା ଖୁଣ୍ଟିଆ, ଅନାମିକା ମହନ୍ତ, ପୌଶାଳୀ ଚକ୍ରବର୍ତ୍ତୀ, ସୁଶ୍ରୀତା ପ୍ରିୟଦର୍ଶିନୀ ସାହୁ, ଅନ୍ନପୂର୍ଣ୍ଣା ସ୍ୱାଇଁ, ଅନ୍ନପୂର୍ଣ୍ଣା ପ୍ରଧାନ, ମନିଷା ଦାସ, ସ୍ମୃତିରେଖା ମହାନ୍ତି, ଫକୀର ସାହୁ, ନିରାକାର ପଲେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
