ନୂଆଦିଲ୍ଲୀ, ୨୪/୧୦ : ବେଙ୍ଗାଳୁରୁ-ହାଇଦ୍ରାବାଦ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ଜଳିଗଲା ବସ୍ । ଅଗ୍ନିକାଣ୍ଡରେ ୨୫ଯାତ୍ରୀ ଜୀବନ୍ତ ଦଗ୍ଧ । ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିଲା ବସ୍ । ବସରେ ୪୨ଜଣ ଯାତ୍ରୀ ଥିଲେ। ଆଜି ସକାଳେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଯାଇଛି। ଦୁର୍ଘଟଣାରେ୨୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥାଇପାରେ, କିନ୍ତୁ ଏପର୍ଯ୍ୟନ୍ତ ସରକାରୀ ରିପୋର୍ଟ ମିଳିନାହିଁ । ବସ୍ଟି ୪୨ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା । ନିଆଁ ଲାଗିବା ସମୟରେ ୧୦ ରୁ ୧୨ ଜଣ ଯାତ୍ରୀ ବାହାରକୁ ଡେଇଁ ଦୌଡ଼ି ପଳାଇଥିଲେ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କଲ୍ଲୁର ମଣ୍ଡଳର ଚିନ୍ନାଟେକୁରୁ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ଏକ ବସ୍ ଏକ ବାଇକ୍କୁ ଧକ୍କା ଦେଇଥିଲା। ବାଇକଟି ବସ୍ ତଳେ ଫସି ଯାଇଥିଲା ଏବଂ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ବସରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ତଥାପି, ଦମକଳ ବାହିନୀ ପହଞ୍ଚିବା ବେଳକୁ ବସ୍ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା ।
