ଶୀତଋତୁରେ ବଜାରରେ ବିଭିନ୍ନ ପ୍ରକାରର ତାଜା ସବୁଜ ପନିପରିବା ମିଳିଥାଏ । ସେହି ସବୁ ମଧ୍ୟରୁ ଗ୍ରୀନ୍ ମଟର ଅନ୍ୟତମ । ପ୍ରାୟତଃ ସମସ୍ତଙ୍କୁ ଗ୍ରୀନ୍ ମଟର ଭଲ ଲାଗିଥାଏ । ମୁଖ୍ୟତଃ ଏହି ପରିବାରର ଚାହିଦା ଶୀତଦିନେ ବେଶି ଦେଖିବାକୁ ମିଳିଥାଏ । ଏହି ମଟରରେ ବହୁ ପ୍ରକାରର ସ୍ବାସ୍ଥ୍ୟ ଉପକାରୀ ପୋଷକ ରହିଛି । ଶୀତ ଋତୁରେ ତାଜା ମଟର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ମଟରରେ ପର୍ଯ୍ୟାପ୍ତ ପରିମାଣର ଆଇରନ୍, ଜିଙ୍କ୍, ମାଙ୍ଗାନିଜ୍ ଏବଂ କପର ଭରପୁର ମାତ୍ରାରେ ରହିଥାଏ । ଏହା ଛଡ଼ା ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଛି । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଏଥିରେ ଥିବା ଫାଇବର ପାଚନ ଶକ୍ତିକୁ ଉନ୍ନତ କରେ ।
ଓଜନ ହ୍ରାସ : ଓଜନ କମ୍ କରିବା ପାଇଁ ମଟର ଖାଇବା ଫାଇଦାପୂର୍ଣ୍ଣ ଅଟେ । ଏଥିରେ ଭରପୂର ମାତ୍ରାରେ ଫାଇବର ରହିଥାଏ । ଏହା ସହିତ ଏଥିରେ କ୍ୟାଲୋରୀ ଏବଂ କମ୍ ଫ୍ୟାଟ୍ ରହିଥାଏ । ଯାହା ଶରୀରର ଓଜନକୁ କମ୍ କରିବାରେ ସହାୟକ ହୋଇଥାଏ । ଯଦି ଆପଣ ଏହାକୁ ନିଜର ଖାଦ୍ୟରେ ଗ୍ରହଣ କରୁଛନ୍ତି ତେବେ ଆପଣଙ୍କୁ ଏଥିରେ ଥିବା ଫାଇବର ଦିନ ଯାକ ଏନର୍ଜି ଦେବ ।
ହାଡ ଶକ୍ତ ହେବ : ମଟରରେ ଭିଟାମିନ୍ ଭରପୁର ମାତ୍ରାରେ ରହିଛି । ଯାହା ଆପଣଙ୍କ ଶରୀରର ହାଡକୁ ମଜବୁତ୍ କରିବାରେ ସହାୟକ ହୋଇଥାଏ । ମଟର ଆପଣଙ୍କ ହାଡକୁ ଓଷ୍ଟେଓପୋରୋସିସ୍ ପରି ଭୟଙ୍କର ରୋଗରୁ ଦୂରେଇ ରଖିଥାଏ । ସବୁଜ ମଟର ଖାଇବା ହାଡକୁ ସୁରକ୍ଷା ପାଇଁ ନିହାତୀ ଜରୁରୀ ।
କୋଲଷ୍ଟ୍ରୋଲ୍ ନିୟନ୍ତ୍ରଣ କରିଥାଏ : ସବୁଜ ମଟର ସେବନ ଆପଣଙ୍କ ଶରୀରର କୋଲଷ୍ଟ୍ରୋଲ୍ କୁ ନିୟନ୍ତ୍ରଣ ରଖିଥାଏ । ଏଥିରୁ ମିଳୁଥିବା ପ୍ରୋଟିନ୍ ଆମ ଶରୀରର କୋଲଷ୍ଟ୍ରୋଲକୁ ବଢାଇବାରେ ସାହାର୍ୟ୍ୟ କରିଥାଏ । ଏହାର ସେବନ ଦ୍ବାରା ବହୁ ଗମ୍ଭୀର ରୋଗରୁ ମୁକ୍ତି ଦେଇଥାଏ ।
ହାର୍ଟ ରୋଗରୁ ରକ୍ଷା କରିଥାଏ : ମଟରରେ ଏମିତି ଗୁଣ ରହିଥାଏ ଯାହା ହାର୍ଟ ସମ୍ବନ୍ଧୀୟ ରୋଗରୁ ରକ୍ଷା କରିଥାଏ । ଏଥିରେ ଲୌହ,ଜିଙ୍କ୍,କପର ର ମାତ୍ରା ବହୂ ପରିମାଣରେ ରହିଥାଏ । ଏହାଛଡା ସବୁଜ ମଟରରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ମଧ୍ୟ ରହିଥାଏ । ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଥାଏ । ଏବଂ ଶରୀରକୁ ବିଭିନ୍ନ ରୋଗରୁ ଲଢିବା ପାଇଁ ଶକ୍ତି ଦେଇଥାଏ ।
ଗଣ୍ଠିବାତ ପାଇଁ : ଏଥିରେ ସେଲେନିୟମ ନାମକ ବିଶେଷ ଉପାଦାନ ରହିଛି । ଯାହା ଗଣ୍ଠି ଯନ୍ତ୍ରଣାର ଆଶଙ୍କାକୁ କମ୍ କରିଥାଏ । ଯଦି ଏଭଳି ସମସ୍ୟା ଦେଖୁଛନ୍ତି ତେବେ ଆପଣଙ୍କ ଖାଇବା ଲିଷ୍ଟରେ ଗ୍ରୀନ୍ ମଟରକୁ ସାମିଲ କରନ୍ତୁ ।
