ମହାକାଳପଡ଼ା,୨୪/୧୦: (ଅରକ୍ଷିତ ନାଥ) ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ଶୁକ୍ରବାର ଅପରାହ୍ନ ରେ ବ୍ଲକ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀଙ୍କ(ବିଏଫଓ ) ନୂତନ କାର୍ଯ୍ୟାଳୟ ଗୃହ ର ଶୁଭ ଉଦ୍ଘାଟନ କରିଛନ୍ତି l ଦଳୀୟ କର୍ମୀଙ୍କ ଗହଣରେ ରାଲିରେ ଆସି ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଏଫଓ ଗୃହ ର ଶୁଭ ଉଦ୍ଘାଟନ କରିଛନ୍ତି l ଉଦ୍ଘାଟନ ସମୟରେ ଜିଲ୍ଲା ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ଶଶାଙ୍କ ଶେଖର ସାହୁ, ସହକାରୀ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ତୁଷାର କାନ୍ତ ମହାପାତ୍ର ଓ ସ୍ଥାନୀୟ ବ୍ଲକ ର ସହକାରୀ ମତ୍ସ୍ୟ ଅଧିକାରୀ ଶତାବ୍ଦୀ ସୁଭଦ୍ରା ଶୁଭଦର୍ଶିନୀ ଉପସ୍ଥିତ ଥିଲେ l
ଉଦଘାଟନ ପର୍ବ ପରେ ବିଭାଗ ତରଫରୁ ଆୟୋଜିତ ଫିସିଂ ସୁରକ୍ଷା ଉପକରଣ ଆବଣ୍ଟନ ମେଳାରେ ଯୋଗ ଦେଇ ସାମୁଦ୍ରିକ ମତ୍ସ୍ୟଜୀବି ଜୀବି ଙ୍କର ସାମୁହିକ ବିକାଶ ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକ ପାତ କରିଥିଲେ l ମଞ୍ଚାରେ ମୁଖ୍ୟ ଅତିଥି ଙ୍କ ସହିତ ନିର୍ବାଚନ ମଣ୍ଡଳୀ ସଂଯୋଜକ ସରୋଜ ସାହୁ ସମିତି ସଭ୍ୟ ରଞ୍ଜନ ଚୌଧୁରୀ, କୃଷ୍ଣ ପଦ ମଣ୍ଡଳ, ମଣ୍ଡଳ ସଭାପତି ତ୍ରିଲୋଚନ ରାଉତ, ପବିତ୍ର ଚୌଧୁରୀ ଓ ବିଭାଗୀୟ ଅଧିକାରୀ ଆଦି ଉପସ୍ଥିତ ଥିଲେ l ମତ୍ସ୍ୟ ଗବେଷଣା କେନ୍ଦ୍ର, ନିରାପଦ ଫିସିଂ,ଆମଦାନୀ ମାଛ ର ବଜାରୀ କରଣ ଓ ଫିସିଂ ବ୍ୟାନ ସମୟରେ ମତ୍ସ୍ୟ ଜୀବି ଙ୍କ ଜୀବନ ଧାରଣ ପ୍ରଣାଳୀ ର ଉନ୍ନତି ନେଇ କିଭଳି ଡବଲ ଇଂଜିନ ସରକାର ଯୋଜନା କରୁଛନ୍ତି ସେ ନେଇ ମଧ୍ୟ ବକ୍ତବ୍ୟ ରଖିଥିଲେ l
ସଭା ଶେଷରେ ବ୍ଲକ ଅଧୀନ ବିଭିନ୍ନ ପଂଚାୟତର ପଞ୍ଜିକୃତ ୮୧୦ ବୋଟ ମାଲିକ ଙ୍କୁ ଲାଇଫ ଜ୍ୟାକେଟ ଓ ଲାଇଫ ବୟ ପ୍ରଦାନ କରିଛନ୍ତି l ପ୍ରତ୍ୟକ ପଞ୍ଜିକୃତ ବୋଟ ମାଲିକ ଙ୍କୁ ତିନିଗୋଟି ଲାଇଫ ଜ୍ୟାକେଟ ଓ ଗୋଟିଏ ଲାଇଫ ବୟ ପ୍ରଦାନ କରାଯାଇଛି l ଆବଶ୍ୟକୀୟ ସୁରକ୍ଷା ଉପକରଣ ଯୋଗେ ମତ୍ସ୍ୟ ଜୀବି ନିରାପଦ ଫିସିଂ କରିବାରେ ରାଜ୍ୟ ସରକାର ସହଯୋଗୀ ସାଜିଥିବାର ପ୍ରୟାସ କୁ ଧନ୍ୟବାଦ ଅର୍ପଣ କରିଛନ୍ତି l ସ୍ଥାନୀୟ ବିଧାୟକ ବିଧାନ ସଭା ରେ ଉପକୂଳ ମତ୍ସ୍ୟ ଜୀବି ଙ୍କ ଉନ୍ନତି ନେଇ ଆଲୋଚନା କରିବା ପରେ ରାଜ୍ୟ ସରକାରଙ୍କ ଗରିବ ସାମୁଦ୍ରିକ ମତ୍ସ୍ୟ ଜୀବି ଙ୍କ ପ୍ରତି ଶୁଭ ଦୃଷ୍ଟି ରଖିଥିବାର ମତ୍ସ୍ୟ ଜୀବି ମାନେ କହନ୍ତି l
