ଶାଢ଼ି ଦେବାକୁ ପ୍ରତିଶୃତି ଦେଇ ପହଞ୍ଚିଲେନି NDA ନେତା : ଚୌକି ଫିଙ୍ଗିଲେ ମହିଳା

ପାଟନା,୨୬/୧୦ : ବିହାର ନିର୍ବାଚନ ପ୍ରଚାରରେ ନେତାମାନେ ନିଜନିଜ ପ୍ରଚାର ପାଇଁ ବିଭିନ୍ନ ପ୍ରକାର ଶୈଳୀ ଆପଣାଉଛନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ଫୋର୍ବସଗଞ୍ଜର ଦୀନଦୟାଲ ଚୌକରେ ଏନଡିଏର ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମ ଅପରାହ୍ନ ୪ଟାରେ ହେବାର ଥିଲା। ଏହି ଉଦଘାଟନ ପାଇଁ ଦଳୀୟ କର୍ମୀଙ୍କ ସହିତ ବହୁ ସଂଖ୍ୟକ ମହିଳା ସକାଳେ କାର୍ଯ୍ୟାଳୟରେ ଆସି ପହଞ୍ଚିଥିଲେ।

ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ଛଟ ପାଇଁ ଶାଢ଼ି ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇ ସକାଳ ଠାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଥିଲା। ସନ୍ଧ୍ୟା ଗଡ଼ି ଯାଇଥିଲେ ସୁଦ୍ଧା କାର୍ଯ୍ୟକ୍ରମରେ କୌଣସି ନେତାଙ୍କ ଦେଖା ନଥିଲା କି ପ୍ରତିଶୃତି ଅନୁଯାୟୀ କୌଣସି ସାମଗ୍ରୀ ବଣ୍ଟନ କରାଯାଇ ନଥିଲା।

ଏହାପରେ କିଛି ମହିଳାମାନେ ଏକଜୁଟ ହୋଇ ସେମାନଙ୍କ ସହିତ ଠକେଇ ହୋଇଥିବାର ଶିକାର କରି ବସିଥିବା ଚୌକିସବୁକୁ ଉଠାଇ ଫିଙ୍ଗିବାର ଆରମ୍ଭ କରିଥିଲେ।ଏହାପରେ ଘଟଣାସ୍ଥଳରେ ଥିବା ପୁଲିସ ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ମହିଳାମାନଙ୍କୁ ବୁଝାସୁଝା କରି ଶାନ୍ତ କରାଇଥିଲା।

SBI_Festive_Digital Billboard