ଭୁବନେଶ୍ୱରରେ ଚାଞ୍ଚଲ୍ୟ : ବସଷ୍ଟାଣ୍ଡରେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର, ୦୪/୧୧ : ରାଜଧାନୀ ଭୁବନେଶ୍ୱରରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ବରମୁଣ୍ଡା ବସଷ୍ଟାଣ୍ଡରେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ବସଷ୍ଟାଣ୍ଡରେ ଶୋଇଥିବା ବେଳେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ଭରତପୁର ଥାନା ପୁଲିସ । ପୁଲିସ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ସେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ମାଡି ବସିଥିଲା ପୁଲିସ । ଗିରଫ ଅଭିଯୁକ୍ତ ଗଞ୍ଜାମ ଜିଲାର ବେଗୁନିଆପଡାର ପବିତ୍ର କହଁର ବୋଲି ଜଣାପଡିଛି । ବସ ପାଇଁ ବରମୁଣ୍ଡା ବସଷ୍ଟାଣ୍ଡରେ ଆଶ୍ରୟ ନେଇଥିଲେ ମା ଓ ଝିଅ ।