ନୂଆଦିଲ୍ଲୀ, ୧୬/୧୧ : ମଧ୍ୟପ୍ରଦେଶର ଗ୍ବାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଗ୍ୱାଲିୟରର ମହାରାଜପୁରା ଅଞ୍ଚଳରେ ଏକ ଅନିୟନ୍ତ୍ରିତ ଫର୍ଚୁନର ଏବଂ ଏକ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ଗ୍ୱାଲିୟରର ସିଏସପି କହିଛନ୍ତି । ଫଳରେ ୫ଜଣଙ୍କର ମୃତ୍ୟୁ ଘଟିଥିଲା । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇଥିଲା । ଘଟଣାଟି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଘଟିଥିଲା । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଜୀବିତଙ୍କୁ ଉଦ୍ଧାର କରାଯାଇନାହିଁ ବୋଲି ସ୍ପଷ୍ଟ କରିଛି ।