ନୂଆଦିଲ୍ଲୀ, ୧୭/୧୧ : ଚନ୍ଦ୍ରଯାନ-୪ ମିଶନ ଲଞ୍ଚ ପାଇଁ କେନ୍ଦ୍ର ସରକାର ଏହି ମିଶନ ପାଇଁ ଅନୁମୋଦନ ଦେଇ ସାରିଥିବା ବେଳେ ଇସ୍ରୋ ଏଥିପାଇଁ ଉଦ୍ୟମ ଆରମ୍ଭ କରିଛି । ୨୦୨୮ରେ ଲଞ୍ଚ ହେବ ଚନ୍ଦ୍ରଯାନ-୪ ମିଶନ । ଏହି ମିଶନରେ ଚନ୍ଦ୍ରରୁ ନମୂନା ସଂଗ୍ରହ କରାଯିବାକୁ ଥିବାରୁ ଏହା ଏକ ଜଟିଳ ମିଶନ ହେବ । ଏପର୍ଯ୍ୟନ୍ତ କେବଳ ଆମେରିକା, ଚୀନ ଓ ଋଷ ସଫଳତାର ସହ ଚନ୍ଦ୍ରରୁ ନମୂନା ସଂଗ୍ରହ କରିଥିବା ବେଳେ ଭାରତ ନିଜର ଚନ୍ଦ୍ରଯାନ-୪ ମିଶନରେ ଏହି ସଫଳତା ହାସଲ ପାଇଁ ଲକ୍ଷ୍ୟ ରଖିଛି । ଏହି ମିଶନରେ ଆଡଭାନ୍ସଡ ଲ୍ୟାଣ୍ଡିଂ, ଯିବା ଓ ଫେରିବା ପ୍ରକ୍ରିୟା ରହିବ । ସେହିପରି ଚଳିତ ଆର୍ଥିକ ବର୍ଷରେ ୭ଟି ନୂଆ ମିଶନ ଲଂଚ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ୨୦୨୭ ବେଳକୁ ଭାରତର ଗଗନାୟାନ ମିଶନ ଲଂଚ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ କହିଛନ୍ତି ।