ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ : ଗ୍ରାଉଣ୍ଡରେ ଯାଇ କାମ କର, ଗାଦିମଡ଼ା ବାବୁଙ୍କୁ ହଟାଅ

ଭୁବନେଶ୍ବର, ୧୮/୧୧ : ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ଦୁର୍ନୀତିରେ ସରକାର ବଦନାମ ହେଲେ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ କହିଛନ୍ତି ଗ୍ରାଉଣ୍ଡରେ ଯାଇ କାମ କର, ଗାଦିମଡ଼ା ବାବୁଙ୍କୁ ହଟାଅ । ଶାସନ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ଵ ଦେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଅଭିଯୋଗ ଶୁଣାଣିକୁ ପ୍ରାଧାନ୍ୟ ଦେଇ ଜିଲ୍ଲାସ୍ତରରେ ଲୋକଙ୍କ ଅଭିଯୋଗ ଶୁଣିବାକୁ କହିଛନ୍ତି । ଓଡ଼ିଆ ଅସ୍ମିତାର ସୁରକ୍ଷା, ପ୍ରଶାସନିକ ସ୍ତରରେ ଓଡିଆ ଭାଷାର ବହୁଳ ବ୍ୟବହାର କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋସିଆଲ ମିଡ଼ିଆ ଜରିଆରେ ସରକାରୀ ସୂଚନା ବ୍ୟାପକ କରିବା ସହ ଆଉଟସୋର୍ସିଂ କମାଇବାକୁ କହିଛନ୍ତି l ରାଜ୍ୟସ୍ତରରେ ଏବଂ ଜିଲ୍ଲା ସ୍ତରରେ ଆଉଟସୋର୍ସ କରାଯାଉଛି । ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦେବାକୁ ମଧ୍ୟ କହିଛନ୍ତି । ଗାଦି ମଡ଼ା ବାବୁଙ୍କୁ ଚିହ୍ନଟ କରି ବଦଳାନ୍ତୁ ବୋଲି ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଚରଣ ମାଝୀ ପରାମର୍ଶ ଦେଇଛନ୍ତି ।