ଭୁବନେଶ୍ୱର,୨୧/୧୧ (ଓଡିଶା ଖବର) : ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଭିନ୍ନ ବିଭାଗର ୮ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟାରେ କ୍ୟାବିନେଟ ବୈଠକ ବସିବ । ନୂଆପଡ଼ା ଉପନିର୍ବାଚନ ପାଇଁ ଲାଗୁଥିବା ଆଚରଣବିଧି ହଟିବା ପରେ ଏହା ପ୍ରଥମ କ୍ୟାବିନେଟ ବୈଠକ ହେବ । ବୈଠକରେ କିଛି ବଡ଼ ଘୋଷଣା ହୋଇପାରେ ।