ଭୁବନେଶ୍ୱର, ୨୨/୧୧ : ବାଲି ପାଇଁ MSP ଲାଗୁ କରିବେ ସରକାର । ଆଉ ମନ ଇଚ୍ଛା ଦର ବଢାଇ ପାରିବେନି ଲିଜ ଧାରୀ । ସରକାର ନିର୍ଦ୍ଧାରିତ କରିଥିବା MSP ଦରରେ ହିଁ ବିକ୍ରି କରିବେ ଲିଜ୍ ଧାରୀ । ସାରା ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ ବାଲି । ଦର କମିବା ସହ ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ ବାଲି । ଇ ଲଟେରୀ ମାଧ୍ୟମରେ ଦିଆଯିବ ଲିଜ । ଏହାସହ ଏଣିକି ବାଲି ଗଚ୍ଛିତ କରି ରଖିବା ପାଇଁ ଷ୍ଟୋରେଜ ଲାଇସେନ୍ସ ଦେବେ ସରକାର । ବିନା ଷ୍ଟୋରେଜ ଲାଇସେନ୍ସରେ ବାଲି ଓ ଅନ୍ୟ ଲଘୁ ଖଣିଜ ପଦାର୍ଥ କେହି ବେଆଇନ ଗଚ୍ଛିତ କରି ରଖି ପାରିବେ ନାହିଁ । ଗତକାଲି କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।