ଭୁବନେଶ୍ୱର, ୨୩/୧୧ : ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ୧୫ ବର୍ଷୀୟା ନାବାଳିକା ଏକ ସନ୍ତାନ ଜନ୍ମ ଦେଇଛନ୍ତି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆ ଯାଇଥିବା ଜଣାପଡ଼ିଛି। କେନ୍ଦୁଝର ଅଞ୍ଚଳର ଜନୈକା ମହିଳା ସାଙ୍ଗରେ ନିଜ ନାବାଳିକା ଝିଅକୁ ଧରି ଯାଜପୁର ଜିଲାର ବ୍ରହ୍ମବରଦା ଥାନା ଅଞ୍ଚଳରେ ରହୁଥିଲେ ଏବଂ ମହିଳା ଜଣଙ୍କ ଏକ ଇଟା ଫ୍ୟାକ୍ଟ୍ରିରେ ୫ମାସ ହେବ କାର୍ଯ୍ୟ କରୁଥିଲେ। ନାବାଳିକା ଝିଅର ପେଟରେ ଯନ୍ତ୍ରଣା ହେବାରୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ନାବାଳିକା ଜଣଙ୍କ ଏକ ସନ୍ତାନ ଜନ୍ମ ଦେବା ପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଧର୍ମଶାଳା ପୋଲିସକୁ ଜଣାଯିବା ପରେ ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।