ଭୁବନେଶ୍ୱର, ୨୩/୧୧ : ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତି ମଲ୍ଲକା ଉପସାଗର ମଧ୍ୟଭାଗ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେଇଛି । ଏହି ଲଘୁଚାପ ଆସନ୍ତା ୨୪ ତାରିଖରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଦକ୍ଷିଣ-ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବ । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ , ତାହା ୨୭ ତାରିଖରେ ହିଁ ସ୍ପଷ୍ଟ ହେବ । ପଶ୍ଚିମ ଉତର-ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖ ବେଳକୁ ଦକ୍ଷଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହାସହ ପରବର୍ତି ୪୮ ଘଣ୍ଟା ମଧ୍ୟରେ ଏହା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରୀ ଘନିଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ରାଜ୍ୟରେ ଆଗାମୀ ୬ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଏହାସହ ଆକାଶ ମେଘାଚ୍ଛନ୍ନ ଥିବାରୁ ବହୁ ଅଂଚଳରେ ରାତିର ପାରଦ ୩ରୁ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ସମ୍ଭାବ୍ୟ ବାତ୍ୟା ଓ ପଶ୍ଚିମା ଝଡ ବାୟୁ ଚାଳନା ସମୁଦ୍ର ଆଡୁ ଆସୁଥିବାରୁ ଶୀତ ହ୍ରାସ ପାଇଛି । ଡିସେମ୍ବର ପହିଲା ପରେ ପୁଣି ଶୀତ ଫେରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି ।