ଭୁବନେଶ୍ୱର, ୨୪/୧୧ : ବଲିଉଡରେ ଅତି ଦୁଃଖ ଖବର ସମସ୍ତଙ୍କ ଆଖି ଭିଜାଇଛି। ବଲିଉଡର ଷ୍ଟଣ୍ଟ ହିରୋ ଧର୍ମେନ୍ଦ୍ର ଆଉନାହାନ୍ତି। ୮୯ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ସେ ଅଫେରା ରାଇଜକୁ ଚାଲିଯାଇଛନ୍ତି। ତାଙ୍କ ନିଧନରେ ପ୍ରଶଂସକମାନେ ଗଭୀର ଶୋକପ୍ରକାଶ କରିଛନ୍ତି। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାଏ ସମସ୍ତେ ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରି କହିଛନ୍ତି, “ଧର୍ମେନ୍ଦ୍ରଙ୍କ ପରଲୋକ ଭାରତୀୟ ସିନେମାରେ ଏକ ଯୁଗର ଅନ୍ତ ଘଟାଇଛି। ସେ ଜଣେ ପ୍ରତୀକାତ୍ମକ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଥିଲେ, ଜଣେ ଚମତ୍କାର ଅଭିନେତା ଯିଏ ତାଙ୍କ ପ୍ରତ୍ୟେକ ଭୂମିକାରେ ଆକର୍ଷଣ ଏବଂ ଗଭୀରତା ଆଣିଥିଲେ। ସେ ଯେଉଁ ସବୁ ଭୂମିକାରେ ଅଭିନୟ କରିଥିଲେ ତାହା ଅଗଣିତ ଲୋକଙ୍କ ହୃଦୟକୁ ଆକର୍ଷିତ କରିଥିଲା। ଧର୍ମେନ୍ଦ୍ରଙ୍କ ସରଳତା, ନମ୍ରତା ଏବଂ ସ୍ନେହପୂର୍ଣ୍ଣ ମନୋଭାବ ପାଇଁ ପ୍ରଶଂସିତ ହୋଇଥିଲେ। ଏହି ଦୁଃଖଦ ସମୟରେ, ମୋର ସମବେଦନା ତାଙ୍କ ପରିବାର, ବନ୍ଧୁ ଏବଂ ଅଗଣିତ ପ୍ରଶଂସକଙ୍କ ସହିତ ଅଛି।” ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୋଷ୍ଟ କରି କହିଛନ୍ତି, “ବର୍ଷିୟାନ୍ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ମୁଁ ମର୍ମାହତ। ଦଶନ୍ଧି ଧରି ଅଭିନୟ ଓ ଆକର୍ଷଣୀୟ ବ୍ୟକ୍ତିତ୍ଵ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ଉତ୍ତରାଧିକାରୀ ଆଗାମୀ ପିଢିର କଳାକାର ଓ ସିନେପ୍ରେମୀଙ୍କୁ ପ୍ରେରଣା ଯୋଗାଇବ। ପରିବାର , ବନ୍ଧୁ ଓ ଅସଂଖ୍ୟ ଶୁଭେଚ୍ଛୁଙ୍କୁ ମୋର ଆନ୍ତରିକ ସମବେଦନା