ନୂଆଦିଲ୍ଲୀ, ୨୪/୧୧ : ଆଜି ଉତ୍ତରାଖଣ୍ଡରେ ଏକ ବଡ ଦୁର୍ଘଟଣା ଘଟିଛି । ତେହରି ଜିଲାରେ ଏକ ବସ୍ ୭୦ଫୁଟ ତଳ ଗଭୀର ଘାଟିକୁ ଖସିପଡିଛି । ବସରେ ପ୍ରାୟ ୩୦-୩୫ଜଣ ଯାତ୍ରୀ ରହିଥିଲେ । ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏସଡିଆରଏଫ ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ତେହରି ଜିଲା ନରେନ୍ଦ୍ରନଗରର କୁଞ୍ଜପୁରୀ-ହିନ୍ଦୋଲାଖଲ ନିକଟରେ ବସ ଘାଟିକୁ ଖସିପଡିଛି । ଏପର୍ଯ୍ୟନ୍ତ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିବା ବେଳେ ଉଦ୍ଧାର କାରୀ ଦଳ ଓ ପ୍ରଶାସନ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଛନ୍ତି ।