ସର୍ଟ ସର୍କିଟ ଯୋଗୁଁ ରାସ୍ତା ମଝିରେ ଜଳିଗଲା ଟ୍ରକ

ଭୁବନେଶ୍ୱର, ୨୫/୧୧ : ସମ୍ବଲପୁର – କଟକ ୫୫ନଂ ଜାତୀୟ ରାଜପଥରେ ଜଳିଗଲା ଟ୍ରକ୍ । ୫୫ନଂ ଜାତୀୟ ରାଜପଥର ରେଢ଼ାଖୋଲ ଦଳଖମଣ ନିକଟରେ ଅଘଟଣ ଘଟିଛି । ସର୍ଟ ସର୍କିଟ ଯୋଗୁଁ ରାସ୍ତା ମଝିରେ ଏକ ଟ୍ରକ ଜଳିଯାଇଛି । ତେବେ ଟ୍ରକର ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ସୂଚନା ମିଳିଛି । ଟ୍ରକରେ ସିମେଣ୍ଟ କାରଖାନାରେ ବ୍ୟବହୃତ ଦହନଶୀଳ ପଦାର୍ଥ ଥିଲା ବୋଲି କୁହାଯାଉଛି । ସମ୍ବଲପୁରରୁ ଅନୁଗୋଳ ଯାଉଥିଲା ଟ୍ରକ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।