ଭୁବନେଶ୍ୱର, ୩୦/୧୧ : ପାରାଦୀପ ଇକୋ କୋଲୋନିଲ ଜାହାଜରେ ଲାଗିଲା ନିଆଁ । ଜାହାଜରେ ଲାଗିଥିବା ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀ ଓ CISF ପକ୍ଷରୁ ଉଦ୍ୟମ ଜାରି ରହିଛି । ଶନିବାର ବିଳମ୍ବିତ ରାତିରେ ପାରାଦୀପ ବନ୍ଦରରେ ଥିବା ଇକୋ କୋଲୋନିଲ ଜାହାଜରେ ଲାଗିଯାଇଥିଲା ନିଆଁ । କୋଇଲା ବୋଝେଇ ଜାହାଜରେ ଲୋଡିଂ ବେଳେ ନିଆଁ ଲାଗିଯାଇଥିଲା । ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ CISF ବାହିନୀକୁ ଖବର ଦିଆଯାଇଥିଲା । ତୁରନ୍ତ ଉଭୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ଉଦ୍ୟମ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।