ଭିତରକନିକାରେ ଲାଗିଲାଣି ବିଦେଶାଗତ ପକ୍ଷୀଙ୍କ ଭିଡ଼

ଭୁବନେଶ୍ୱର, ୦୩/୧୨ : ଶୀତ ଆରମ୍ଭ ହେବା ପରେ ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ କୋଳାହଳ ଶୁଣିବାକୁ ମିଳିଲାଣି । ରଙ୍ଗବେରଙ୍ଗର ପକ୍ଷୀଙ୍କ ରାବରେ ଫାଟି ପଡୁଛି ପରିବେଶ । ଜଳକ୍ରୀଡ଼ା କରିବା ସହିତ ଖାଦ୍ୟ ସଂଗ୍ରହ କରିବାର ଅପୂର୍ବ ଦୃଶ୍ୟ ପ୍ରକୃତିର ଶୋଭାକୁ ଦ୍ୱିଗୁଣିତ କରିଛି । ସାଇବେରିୟ ବତକ , ଏରା, ଲାଲମୁଣ୍ଡିଆ ବତକ , ପାତି ହଂସ, ନୀଳ ମୁଣ୍ଡିଆ ସାରସ, ପେଣ୍ଟସ, ଫ୍ଲାଇକେଚର, ଉଇଗେନ ହ୍ବାଇଟ, ବାଡ଼ ହେଡେଡ ପ୍ରଭୃତି ଅନେକ ପ୍ରଜାତିର ପକ୍ଷୀ ଅଛନ୍ତି। ସାତଭାୟା , ରାଇପାଟିଆ, ଅଗରନାସୀ ଦୀପ ବରୁଣେଇ ମୁହାଁଣ ପ୍ରଭୃତି ସ୍ଥାନରେ ଲକ୍ଷାଧିକ ସଂଖ୍ୟାରେ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି । ଭିତରକନିକାର ସାତଭାୟାକୁ ପକ୍ଷୀ ବିହାର ରୂପେ ଘୋଷଣା ପାଇଁ ପରିବେଶବିତ୍ ମାନେ ଦାବି କରିଛନ୍ତି ।