ଅନୁଗୁଳ,୨୩/୭:ଅନୁଗୁଳ ନାଲକୋ ପ୍ଲାଣ୍ଟରେ ଦୁର୍ଘଟଣା ଘଟିଛି । ଫ୍ଲାଶ ଓଭରରୁ ନିଆଁ ଲାଗି ୪କର୍ମଚାରୀ ଗୁରୁତର ହୋଇପଡ଼ିଛନ୍ତି । ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ନଥିବାରୁ ବିଭିନ୍ନ ସ୍ଥାନରେ ବାରମ୍ବାର ଏପରି ଘଟଣା ଘଟୁଛି ।
ସୂଚନାନୁସାରେ, ଆଜି ଅନୁଗୁଳସ୍ଥିତ ଆଲୁମିନିୟମ କମ୍ପାନୀ ନାଲକୋ ପ୍ଲାଣ୍ଟରେ କୈାଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି କାରଣରୁ ସ୍ମେଲଟରର କାଷ୍ଟ ହାଉସ ବି’ରେ ଫ୍ଲାଶ ଓଭରରୁ ନିଆଁ ଲାଗିଛି । ଯାହା ଫଳରେ ଜଣେ ମହିଳାଙ୍କ ସମେତ ୪ଜଣ କର୍ମଚାରୀ ଗୁରୁତର ହୋଇପଡ଼ିଛନ୍ତି । ନିଆଁକୁ ଆୟତ କରାଯାଇଛି । ଗୁରୁତର କର୍ମଚାରୀଙ୍କୁ ନାଲାକୋ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଂକଟାପର୍ଣ୍ଣ ହେବାକୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ ଯେ , ନିକଟରେ ଝାରସୁଗୁଡ଼ା ଆଲୁମିନିୟମ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ୭ଜଣ କର୍ମଚାରୀ ଆହତ ହୋଇଥିଲେ । ପରେ ପ୍ଲାଣ୍ଟକୁ ସିଲ କରାଯାଇ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇଥିଲା ।