ପ୍ରଥମ ଟି-୨୦ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା

କଟକ,୪/୧୨ : ଡିସେମ୍ବର ୯ ତାରିଖରେ କଟକରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ। ବିସିସିଆଇ ପକ୍ଷରୁ ଟି- ୨୦ ମ୍ୟାଚ ପାଇଁ ୧୫ ଜଣିଆ ଖେଳାଳି ଘୋଷଣା କରାଯାଇଛି। ଭାରତୀୟ ଦଳ ତରଫରୁ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ଵ ମିଳିଥିବାବେଳେ ଶୁବମନ୍ ଗିଲ୍ ଉପ ଅଧିନାୟକ ଦାୟିତ୍ଵ ମିଳିଛି। ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ତା, ଶିବମ ଦୁ‌ବେ , ଅକ୍ଷର ପଟେଲ, ଜିତେଲ ଶର୍ମା,ସଞ୍ଜୁ ସାମସନ , ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ , ଅର୍ଶଦୀପ ସିଂ,କୁଲଦୀପ ଯାଦବ , ହର୍ଷିତ ରାଣା, ଓ ଓ୍ବାଶିଂଟନ ସୁନ୍ଦର ଙ୍କ ନାଁ ଘୋଷଣା କରାଯାଇଛି।