ନୂଆଦିଲ୍ଲୀ,୪/୧୨ : ସଂସଦ ଭବନରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଟିକେ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି । ଦୁହିଁଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଶ୍ବ ଭିନ୍ନକ୍ଷମ ଦିବସ ଅବସରରେ ସଂସଦ ଭବନରେ ପ୍ରିୟଙ୍କାଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା ଯେଉଁଠି ସାଂସଦ ତଥା କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ସହ ମିଶି ନିଜ ମଣିଷପଣିଆର ପ୍ରମାଣ ଦେଇଛନ୍ତି ।
ସଂସଦ ପରିସରରେ ଜଣେ ଦିବ୍ୟାଙ୍ଗ ମହିଳା ପ୍ରିୟଙ୍କାଙ୍କ ସହ ମିଶିବାକୁ ଇଚ୍ଛା ପ୍ରକାଶ କରିଥିଲେ । ତାହା ଜାଣି ପ୍ରିୟଙ୍କା ଗାନ୍ଧୀ ଉକ୍ତ ଦିବ୍ୟାଙ୍ଗ ମହିଳାଙ୍କୁ କୋଳେଇ ନେଇ ତାଙ୍କ ସହ ହସିହସି ଫଟୋ ଉଠାଇଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ସେପଟେ ହାଲକା ଫୁଲକା ଅନ୍ଦାଜରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ମିଳିଛି । ସଂସଦରେ ମସାଜ ଦେଲେ ରାହୁଲ ଗାନ୍ଧୀ । ମଲ୍ଲିକାର୍ଜୁନ ଖଡଗେଙ୍କ କାନ୍ଧକୁ ହାଲକା ଭାବେ ମସାଜ ଦେଲେ ରାହୁଲ । ଆଉ ରାହୁଲ ଦେଉଥିବା ମସାଜର ମଜା ନେଉଥିଲେ ତାଙ୍କ ଠାରୁ ବୟସରେ ଅଧିକ ଥିବା ଖଡଗେ । ରାହୁଲ ଓ ମଲ୍ଲିକାର୍ଜୁନଙ୍କ ଏହି ଖୁସି ମଜାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ସଂସଦରେ ଚାଲିଛି ଶୀତ ଅଧିବେଶନ । ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଫଟୋରେ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ଯେତେବେଳେ ସମସ୍ତେ ଉପସ୍ଥିତି ଥିଲେ । ଠିକ୍ ସେତେବେଳେ କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପଛରେ ଛିଡା ହୋଇଥିଲେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଆଉ ଖଡଗେଙ୍କ ପଛରୁ ରାହୁଲ ତାଙ୍କ କାନ୍ଧକୁ ଧିରେ ଧିରେ ମସାଜ କରୁଛନ୍ତି । ସେହି ସମୟରେ ପ୍ରିୟଙ୍କା ଗାନ୍ଧୀ ଆସି ଖଡଗେଙ୍କୁ କିଛି କହୁଛନ୍ତି ଆଉ ସମସ୍ତେ ଉକ୍ତ ମୁହୂର୍ତ୍ତର ମଜା ନେଉଛନ୍ତି ।
ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଏହା ଖଡଗେଙ୍କ ପ୍ରତି ରାହୁଲଙ୍କ ପ୍ରେମ, ସମ୍ମାନ ବୋଲି କିଛି ୟୁଜର୍ସ କହିଥିବା ବେଳେ ରାଜନୀତିର ଉପରେ ସେମାନଙ୍କ ସମ୍ପର୍କ । ଏହି ଦୃଶ୍ୟ ରାହୁଲଙ୍କ ସଂସ୍କାର ଓ ଶିଷ୍ଟାଚାରକୁ ଦର୍ଶାଉଛି ବୋଲି ଅନେକ ୟୁଜର୍ସ କହୁଛନ୍ତି ।