ଆଜି ମହାକାଶକୁ ଯିବ ଇସ୍ରୋର ସବୁଠୁ ଓଜନିଆ ସାଟେଲାଇଟ

ନୂଆଦିଲ୍ଲୀ, ୨୪/୧୨ : ଆଜି ଭାରତ ମାଟିରୁ ମହାକାଶକୁ ଯିବ ସବୁଠୁ ଓଜନିଆ ସାଟେଲାଇଟ । ସିଧାସଳଖ ମହାକାଶରୁ ମୋବାଇଲ ଇଣ୍ଟରନେଟ୍ ସେବା ପାଇଁ ଫିଟିବ ବାଟ । ଆଉ କିଛି ସମୟ ପରେ ଉତକ୍ଷେପଣ ହେବ ଆମେରିକାର ବାଣିଜ୍ୟିକ ଯୋଗାଯୋଗ ସାଟେଲାଇଟ୍ ବ୍ଲୁବାର୍ଡ ବ୍ଲକ-୨ । ୬.୧ ଟନ୍ ଓଜନର ଏହି ବିଶାଳ ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିବ ଇସ୍ରୋର ବାହୁବଳୀ ରକେଟ୍ ଏଲଭିଏମ୍-୩। ସକାଳ ୮ଟା ୫୪ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଏହା ଉତକ୍ଷେପଣ ହେବ । ଦୁର୍ବଳ ଇଣ୍ଟରନେଟ୍ ସେବା ମିଳୁଥିବା ସ୍ଥାନକୁ ଉନ୍ନତ ମୋବାଇଲ ବ୍ରଡବ୍ୟାଣ୍ଡ୍ ଯୋଗାଇବା ଲକ୍ଷ୍ୟରେ ତିଆରି କରାଯାଇଛି। ମହାକାଶ ଭିତ୍ତିକ ବ୍ରଡବ୍ୟାଣ୍ଡ୍ ଯୋଗାଯୋଗ ସାହାଯ୍ୟରେ ବିନା କୌଣସି ଟାୱାର କିମ୍ବା ସ୍ବତନ୍ତ୍ର ଉପକରଣରେ ସାଧାରଣ ମୋବାଇଲକୁ ମଧ୍ୟ ୪-ଜି ଓ ୫-ଜି ସେବା ମିଳିପାରିବ । ଅକ୍ଟୋବର ୧୯ରେ ଆମେରିକାରୁ ବିମାନରେ ଭାରତକୁ ଆସିଥିଲା ଏହି ଓଜନିଆ ସାଟେଲାଇଟ୍ ।