ସକାଳେ ଦେଖାଯାଉନି ପତିତପାବନ ବାନା

ଭୁବନେଶ୍ୱର, ୨୫/୧୨ : ଘନ କୁହୁଡ଼ିରେ ଲୁଚିଗଲା ଶ୍ରୀମନ୍ଦିର । ପ୍ରବଳ କୁହୁଡ଼ି ହୋଇଥିବା ବେଳେ ଶ୍ରୀମନ୍ଦିର ଓ ନୀଳଚକ୍ର ଦୃଶ୍ୟମାନ ହେଉନି । କୁହୁଡିର ମାତ୍ରା ଏତେ ଅଧିକ ଯେ ଅତିନିକଟରୁ ବି ମନ୍ଦିର ଦେଖିବା ମୁସକିଲ ହୋଇପଡିଛି । ସେହିପରି ବଡ଼ ଦାଣ୍ଡରେ ବି ପ୍ରବଳ କୁହୁଡ଼ି ଯୋଗୁଁ ଦୃଶ୍ୟମାନ କ୍ଷମତା କମିଛି । ସେପଟେ କୁହୁଡ଼ିରେ କୋଣାର୍କର ସୂର୍ଯ୍ୟ ମନ୍ଦିର ବି ଲୁଚିଯାଇଛି ।