୪୪ ମାସ ପରେ ପ୍ରଥମ ଘରୋଇ ସିରିଜ ଜିତିଲା ଶ୍ରୀଲଙ୍କା

କୋଲମ୍ୱୋ,୧/୮: ଆର୍ ପ୍ରେମଦାସ ଷ୍ଟାଡିୟମରେ ରବିବାର ଦିନ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରି ୨-୦ ର ଅଜୟ ଅଗ୍ରଣୀ ହାସଲ କରିନେଇଥିଲା ଶ୍ରୀଲଙ୍କା । ଶ୍ରୀଲଙ୍କା ନିଜ ଦେଶରେ ଗତ ୪୪ ମାସରେ କୌଣସି ସିରିଜ ଜିତିନଥିଲା । ଗତ ୪୪ ମାସରେ ଏହା ଥିଲା ଶ୍ରୀଲଙ୍କାର ପ୍ରଥମ ଘରୋଇ ସିରିଜ ବିଜୟ ।

ଏହା ପୂର୍ବରୁ ପ୍ରଥମ ମ୍ୟଆଚକୁ ଶ୍ରୀଲଙ୍କା ୯୧ ରନରେ ବାଂଲାଦେଶକୁ ପରାସ୍ତ କରିଥିଲା ଏବଂ ଶେଷ ମ୍ୟାଚରେ ମଧ୍ୟ ଶ୍ରୀଲଙ୍କା ବିଜୟ ହାସଲ କରିଥିଲା । ଅନ୍ତିମ ମ୍ୟାଚରେ ବାଂଲାଦେଶକୁ ୧୨୨ ରନରେ ଶ୍ରୀଲଙ୍କା ପରାସ୍ତ କରିଥିଲା । ଶ୍ରୀଲଙ୍କା ଶେଷଥର ପାଇଁ ନଭେମ୍ୱର ୨୦୧୫ ରେ ୱେଷ୍ଟଇଣ୍ଡିଜକୁ 3-0ରେ ପରାସ୍ତ କରି ଦ୍ୱିପାକ୍ଷିକ ଦିନିକିଆ ସିରିଜ ଜିତିଥିଲା । ଏହାର ଅର୍ଥସ ହେଉଛି ବିଗତ ୩ ବର୍ଷ ୮ ମାସରେ ଶ୍ରୀଲଙ୍କା କୌଣସି ସିରିଜ ଜିତିବାରେ ବିଫଳ ହେବା ପରେ ପ୍ରଥମ ସିରିଜ ହାସଲ କରିଛି ଶ୍ରୀଲଙ୍କା । ଏହି ସମୟସୀମା ଭିତରେ ଦେଶ ବାହାରେ ଆୟରଲାଣ୍ଡକୁ ୨୦୧୬ ରେ ୨ -୦ ରେ ଏବଂ ସ୍କଟଲାଣ୍ଡକୁ ୨୦୧୯ ରେ ୧ -୦ ରେ ହରାଇଥିଲା ।